ଶିଖର ପଂଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଦୁର୍ନୀତି ହୋଇଥିବା ବିଡିଓଙ୍କୁ ଲିଖିତ ଅଭିଯୋଗ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଶିଖର ପଂଚାୟତରେ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଉକ୍ତ ପଂଚାୟତର ସ୍ମୃତିରଂଜନ ଜେନା ବିଡିଓଙ୍କୁ ଶନିବାର ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଦୁର୍ନୀତିର ତଦନ୍ତ କରାଯିବା ସହିତ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ଅଭିଯୋଗ ମୁତାବକ ଉକ୍ତ ପଂଚାୟତରେ ୨୦୨୨-୨୩ ଆର୍ôଥକ ବର୍ଷ ଠାରୁ ଚଳିତ ଆର୍ôଥକ ବର୍ଷ ପର୍ଯ୍ୟନ୍ତ ଉନ୍ନୟନମୂଳକ କାର୍ଯ୍ୟରେ କରାଯାଇଥିବା ପ୍ରକଳ୍ପ ଗୁଡିକରେ ସରକାରୀ ନିୟମକୁ ଖୋଲା ଖୋଲି ଉଳଘଂନ କରାଯାଇ ମନଇଚ୍ଛା ବିଲ୍ କରାଯାଇଛି । ସେଗୁଡିକ ମଧ୍ୟରେ ପଂଚାୟତ ଆଲୋକୀକରଣ ନାମରେ କାର୍ଯ୍ୟ ନ ହୋଇ ବିଲ୍ ପ୍ରଦାନ, ହରିଶ୍ଚନ୍ଦ୍ର ଯୋଜନାରେ ଏକାଧିକବାର ମୃତ ବ୍ୟକ୍ତିର ନାମ ଦର୍ଶାଇ ଅର୍ଥ ପ୍ରଦାନ, ସରକାରୀ ନଳକୂପ ବସାଇବା ପାଇଁ ସରକାରୀ ନିୟମକୁ ଉଲଘଂନ କରାଯାଇ ପାଖାପାଖି ନଳକୂପ ବସାଇବା, ଅଙ୍ଗନୱାଡି କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା ନାମରେ ଲକ୍ଷାଧିକ ଟଙ୍କା ହରିଲୁଟ, ସରପଂଚଙ୍କ ପୁଅ,ଝିଅ ବାହାରେ ରହୁଥିବା ବେଳେ ମନରେଗା କାର୍ଯ୍ୟରେ ମଷ୍ଟରରୋଲରେ କିପରି ତାଙ୍କର ନାମ ଦର୍ଶାଯାଇଛି, ମନରେଗା ଯୋଜାନରେ ପାଟେଣିଗାଁ ପୋଖରୀରୁ ଜେସିବି ସାହାର୍ଯ୍ୟରେ ମାଟି ଖୋଳାଯାଇ ସେହି ମାଟିକୁ ଖେଳ ପଡିଆରେ ପକାଯାଇ ଖେଳ ପଡିଆ ନାମରେ ବିଲ୍ ପ୍ରଦାନ, ଆରଡି ରୋଡରୁ ଅକ୍ଷୟ ବେହେରା ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ,ବୋଦଳ ଆର ଆଣ୍ଡ ବି ରୋଡ ଠାରୁ ଗର୍ନ୍ଧବ ଜେନା ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ଆଦି ପ୍ରକଳ୍ପରେ ଦୁର୍ନୀତି କରାଯାଇଥିବା ଦର୍ଶାଯାଇଛି । ଅଭିଯୋଗ ସଂପର୍କରେ ବିଡିଓ ତପନ ମହାପାତ୍ରଙ୍କୁ ପଚାରିବାରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।