ଶିଖର ପଂଚାୟତରେ ସଚେତନତା କାର୍ଯ୍ୟକ୍ରମ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ଗ୍ରାମପଂଚାୟତରେ ‘ଆମ ଓଡିଶା ନବୀନ ଓଡିଶା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଦିଲ୍ଲିପ ଲେଙ୍କାଙ୍କ ପୌରାହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡିଓ ତପନ କୁମାର ମହାପାତ୍ର, ସରପଂଚ କବିତା ନାୟକ, ଜିପିଡିଓ ଦିନେଶ କୁମାର ରାୟ, ଗଳଦାରୀ ସରପଂଚ ଦିଲ୍ଲିପ ନାୟକ, ସମାକସେବୀ ପ୍ରଭାତ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନା ସଂର୍ପକରେ ଆଲୋକପାତ କରିଥିଲେ । ପଂଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପୁସ୍ତିକା ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଲୋକାର୍ପଣ କରାଯିବା ପରେ ବିତରଣ କରାଯାଇଥିଲା । ପରେ ଦାସକାଟିଆ ଓ କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା । ସମାଜସେବୀ ବୈକୃଣ୍ଠ ନାୟକ, ପିଇଓ ପ୍ରତାପ ମହାପାତ୍ର, ଜିଆରଏସ ସଂଜୟ ପରିଡା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ବେଳେ ମିଶନ ଶକ୍ତିର ଏମ୍ବିକେ, ସିଆରପି, ଏସଏଚଜି ମହିଳାମାନେ ସହଯୋଗ କରିଥିଲେ ।