ଶିବଦାସ ଘୋଷଙ୍କ ସ୍ମରଣ ଦିବସ ପାଳିତ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ବେଣାପଡା ଠାରେ ଏସୟୁସିଆଇ( କମ୍ୟୁନିଷ୍ଟ ପାର୍ଟି)ର ପ୍ରତିଷ୍ଟାତା ସାଧାରଣ ସଂପାଦକ ବିଶିଷ୍ଟ ମାର୍କ୍ସବାଦୀ ଦାର୍ଶନିକ ଶିବଦାସ ଘୋଷଙ୍କର ସ୍ମରଣ ଦିବସ ପାଳିତ ହୋଇଯାଇଛି । ଏସୟୁସିଆଇ(କମ୍ୟୁନିଷ୍ଟ) ନାଉଗାଁ ଆଂଚଳିକ କମିଟି ସଂପାଦକ ମହେଶ୍ୱର ଦାସଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଜିଲ୍ଲା କମିଟି ସଂପାଦକ ସୁବାସ ସ୍ୱାଇଁ ଯୋଗ ଦେଇଥିବା ବେଳେ ଅଲଣା ଗ୍ରାମ ପଂଚାୟତ ପୂର୍ବତନ ସରପଂଚ ନବକିଶୋର ମହାନ୍ତି, ଜନସ୍ୱାର୍ଥ ସୁରକ୍ଷା କମିଟି ନାଉଗାଁର ସଭାପତି ବଂଶୀଧର ବେହେରା, ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନର ଜିଲ୍ଲା କମିଟି ସଭାପତି ରଶ୍ମୀରେଖା ନାୟକ, ଚାଷୀ ମୂଲିଆ ନେତା ଅଜିତ କାଣ୍ଡି, ଯୁବନେତା ରଘୁନାଥ ଦାସ ପ୍ରମୁଖ ଯୋଗ ଦେଇ ଶିବଦାସ ଘୋଷଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ସଂଗ୍ରାମୀ ଜୀବନ ସଂର୍ପକରେ ଆଲୋଚନା କରିଥିଲେ । ପରେ ଆସନ୍ତା ୯ ତାରିଖ ତଥା କ୍ରାନ୍ତି ଦିବସ ଉପଲକ୍ଷେ କର୍ପୋରେଟ ହଟାଅ ଦିବସ ପାଳନ ସଂର୍ପକରେ ଆଲୋଚନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ