ଶିବନାରାୟଣପୁରରେ ଅଗ୍ନିକାଣ୍ଡ, ୩ଲକ୍ଷରୁ ଉର୍ଦ୍ଧ ଟଙ୍କାରସମ୍ପତ୍ତି ଭଷ୍ମୀଭୂତ

ହ।ଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମରେ ଆଜି ସନ୍ଧ୍ୟା ୬ଟା ବେଳେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ୩ବଖରା ଘର ସମେତ ୩ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ଭଷ୍ମୀଭୂତ ହୋଇଯାଇଛି । ଖବରରୁ ଜଣାଯାଇଛି ଯେ ଆଜି ସନ୍ଧ୍ୟାରେ ଗ୍ରାମର ସୁଦାମ ପରିଡାଙ୍କ ପରିବାର ଲୋକେ ଚାଷଜମିକୁ ପଳାଇଥିବାବେଳେ ଅକସ୍ମାତ ତାଙ୍କ ଘରେ ନିଆଁ ଲାଗିଯାଇଥିଲା । ପଡେଶୀମାନେ ଅଗ୍ନିକାଣ୍ଡ ଦେଖି ନିଆଁ ଲିଭାଇବାକୁ ଚେଷ୍ଟା କରିବାସହ ହାଟଡିହି ଦମକଳକୁ ଖବର ଦେଇଥିଲେ । ହାଟଡିହି ଅଗ୍ନିସମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା । ଏହି ଅଗ୍ନିକାଣ୍ଡରେ ସୁଦାମ ପରିଡା ଓ ବନମାଳି ପରିଡାଙ୍କ ୩ବଖରା ଘର ସମେତ ଘରେଥିବା ନଗଦ ୩୦ହଜାର ଟଙ୍କା, ସୁନାରୁପା ଓ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ବିଦ୍ୟୁତ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଏଥିରେ ୩ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ପୋଡି ଯାଇଥିବା ଆକଳନ କରାଯାଉଛି । ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ