ଶିବନାରାୟଣପୁରରେ ରାଧାକୃଷ୍ଣ ପୂଜା
ହାଟଡ଼ିହି, (ବିକାଶ ବିଶ୍ୱାଳ):ପବିତ୍ର ରାହାସ ପୁର୍ଣ୍ଣିମା ଅବସରରେ ଶିବନାରାୟଣପୁର ଗ୍ରାମରେ ରାଧାକୃଷ୍ଣ ପୂଜା ଅନୁଷ୍ଠିତ ହୋଇଛି । ପ୍ରଭାତରୁ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ପୂଜା ମଣ୍ଡପରେ ସ୍ଥାପନ କରାଯାଇ ବିଦ୍ୟାଧର ପଣ୍ଡାଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା । ଦେବଦତ୍ତ ସାହୁ ରଞ୍ଜନ ପଣ୍ଡା, ଆଶିଶ କୁମାର ଡଙ୍କ, ପ୍ରତାପ ସାହୁ, ଦିପୁନ ପଣ୍ଡା, ଜନ୍ମେଜୟ ପଣ୍ଡା, ବଳରାମ ବେହେରା, ସନ୍ତୋଷ ସାହୁ, ଅଜୟ ବେହେରା, ଦିଲ୍ଲିପ ଜେନା, ଅବିନାଶ ସେଠୀ, ତପନ ସାହୁ, ପ୍ରଦୀପ ସାହୁ, ଦିଲ୍ଲିପ ସାହୁ, ଆକାଶ ଜେନା, ବିନୋଦ ଘଡେଇ, ବିଜୟ ପାତ୍ର, ସନାତନ ପଣ୍ଡା, ବାସୁଦେବ ସାହୁ, ରମୀୟ ରଞ୍ଜନ ପରିଡା,ଅଜୟ ପାତ୍ର, ନବଘନ ବେହେରା ପ୍ରମୁଖ କ୍ଲବ ସଦସ୍ୟମାନେ ସାମିଲ ହୋଇ ପୂଜାର୍ଚ୍ଚନା କରୁଛନ୍ତି । ଏôତରେ ସମସ୍ତ ଗ୍ରାମବାସୀମାନେ ମଧ୍ୟ ସାମିଲ ହୋଇଛନ୍ତି ।


