ଶିବନାରାୟଣପୁର ମାଚ଼ଣ୍ଡୀଙ୍କର ତୃତୀୟ ବାର୍ଷିକ ଉତ୍ସବ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମରେ ମାଚ଼ଣ୍ଡୀଙ୍କର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ସକାଳୁ ବୈତରଣୀ ନଦୀରୁ କଳଶ ଶୋଭାଯାତ୍ରା ଅଣାଯାଇ ଗ୍ରାମ ପରିକ୍ରମା କରିବା ପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ହୋମଯଜ୍ଞ ଓ ଚଣ୍ଡୀପାଠ କରାଯାଇଥିଲା। ପଣ୍ଡିତ ପ୍ରହଲାଦ ପାଢୀ, ପୁରୁଷୋତ୍ତମ ମିଶ୍ର, ଜିତେନ୍ଦ୍ର ମିଶ୍ର, ଗ୍ରହାଚାର୍ଯ୍ୟ ପରମେଶ୍ଵର ଆଚାର୍ଯ୍ୟ, ଶରତ ନାୟକ ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ କର୍ତ୍ତାଭାବେ ପ୍ରଭାକର ଖଣ୍ଡା, ସୁଶିଳା ପାଳ, ଝୁନୁଲତା ସାହୁ, ସୁଦାମ ସାହୁ, ଅର୍ଜୁନ ସାହୁ, ବିଳାସିନୀ ବେହେରା, ମୀନହରି ମହାନ୍ତି, ଶାନ୍ତିଲତା ବେହେରା ପ୍ରମୁଖ ସାମିଲ ହୋଇଥିଲେ। ସଂନ୍ଧ୍ୟାରେ ଭଜନ କିର୍ତ୍ତନ କରାଯିବା ସହ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। ଏଥିରେ ନିରାକାର ବେହେରା, ସାଗର ସାହୁ, ଜୟଦେବ ଖଣ୍ଡା, ସନ୍ତୋଷ ବେହେରା, ସୁବାସ ଗିରି, ବିମ୍ବାଧର ପାଳଙ୍କ ସହ ଅନେକ ଗ୍ରାମବାସୀ ସାମିଲ ହୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।