ଶିବନାରାୟଣପୁର ରେ ମାଗଣା ଚକ୍ଷୁ ଚିକତ୍ସା ଶିବିର

ହାଟଡ଼ିହି, (ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଶିବନାରାୟଣପୁର ଗ୍ରାମର ଶିବନାରାୟଣ ଯୁବକ ସଂଘ ଏବଂ ସାଇନେତ୍ର ମନ୍ଦିର ଚକ୍ଷୁଚିକିତ୍ସାଳୟ ଚଣ୍ଡିଖୋଲର ମିଳିତ ଆନୁକୁଲ୍ୟରେ ଶିବନାରାୟଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୯୦ଜଣ ରୋଗୀ ସେମାନଙ୍କ ଚକ୍ଷୁ ପରୀକ୍ଷା କରାଇଥିଲେ । ସେମାନଙ୍କ ମଧ୍ୟରୁ ୩୭ଜଣଙ୍କ ଠାରେ ମୋତିଆବିନ୍ଦୁ ଚିହ୍ନଟ କରାଯାଇ ସାଇନେତ୍ରମନ୍ଦିର ଚକ୍ଷୁ ଚିକିତ୍ସାଳୟ ଚଣ୍ଡୀଖୋଲକୁ ଅସ୍ତ୍ରୋପଚାର ପାଇଁ ନିଆଯାଇଥିଲା । ଏହି ଶିବିରରେ ଡାକ୍ତର ପ୍ରମୋଦ କୁମାର ବେହେରା, ଡାକ୍ତର ଶ୍ରୀମତ କୁମାର ସାହୁ, ପ୍ରୀତିମୟୀ ସାହୁ ପ୍ରମୁଖ ରୋଗୀମାନଙ୍କ ଚକ୍ଷୁ ପରୀକ୍ଷା କରିଥିବାବେଳେ ଉମାକାନ୍ତ ରାଉତ, ଅର୍ଜୁନ ଖଣ୍ଡା, ଇନ୍ଦ୍ରମଣି ଖଣ୍ଡା, ପିତାମ୍ବର ବେହେରା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ