ଶିବନାରାୟଣପୁର ସ୍କୁଲରେ ଶିଶୁ ତରଙ୍ଗ ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ଶିବନାରାୟଣପୁର ସ୍କୁଲରେ ଆସପେୟାର ପକ୍ଷରୁ ଶିଶୁ ତରଙ୍ଗ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକର ବିଡିଓ ସୁଶ୍ରୀ ବିନିତା ବିଜୟିନୀ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ ହେବାପାଇଁ ପରାମର୍ଶ ଦେବାସହିତ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କ ଦାୟିତ୍ୱ ପ୍ରତି ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଲେ । ଏଥିରେ ଅନ୍ୟତମ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଦାନ ବ୍ୟତିତ ସେମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ଏହିପରି କାର୍ଯ୍ୟକ୍ରମର ଆବଶ୍ୟକତା ସମ୍ପର୍କରେ ଆଲୋକାପତ କରିଥିଲେ । ହାଟଡିହି ବ୍ଲକର ସିଡିପିଓ ସରସ୍ୱତୀ ସେଠୀ, ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ଏବିଇଓ ଧନେଶ୍ୱର ଖଣ୍ଡେଇ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ, ଝୋଟିଚିତ୍ର, ସାଧାରଣଜ୍ଞାନ, ମିଉଜିକ ଚେୟାର, ବକ୍ତୃତା ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ଆସପେୟାରର ଶିକ୍ଷଣ ସଂଯୋଜକ ଦୁଷ୍ମନ୍ତ କୁମାର ସାହୁ, କୃପାସିନ୍ଧୁ ସିଂ, ସୁନିଲ କୁମାର ବରାଳ, ଆଦିତ୍ୟ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ