ଶିବନାରାୟଣ ସାହିତ୍ୟ ସଂସଦର ୬ଷ୍ଠ ବାର୍ଷିକ ଉତ୍ସବ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଇଞ୍ଚୋଳ ଠାରେ ଶିବନାରାୟଣ ସାହିତ୍ୟ ସଂସଦର ୬ଷ୍ଠ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ନୃସିଂହ ଚରଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେସନରେ ବରିଷ୍ଠ ଶିଶୁ ସାହିତ୍ୟିକ ରତ୍ନାକର ଦାସ, ସରପଞ୍ଚ ପାର୍ବତୀ ନାଏକ, ପ୍ରାକ୍ତନ ସରପଞ୍ଚ ବିନୋଦ ବିହାରୀ ମହାପାତ୍ର, କବି ଇନ୍ଦ୍ରମଣି ସେଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ସାହିତ୍ୟସଂସଦ ଗୁଡିକ ଓଡିଆ ଭାଷା ସାହିତ୍ୟର ସୁରକ୍ଷା ତଥା ପ୍ରସାର ପ୍ରଚାରରେ ପ୍ରମୁଖ ଭୁମିକା ଗ୍ରହଣ କରିଛି ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠିତ ଉତ୍ସବର ଦ୍ୱିତୀୟ ଅଧିବେସନରେ ଏହି ମୁଖ୍ୟ ଅତିଥି ଭାବେ ଡ. ରାମଚନ୍ଦ୍ର ନାୟକ, ମୁଖ୍ୟ ବକ୍ତା ଭାବେ ଇଂ ଅଭୟ ସୁତାର, ଯୋଗଦେଇ ମୁଲ୍ୟବୋଧ ଭିତ୍ତିକ ସାହିତ୍ୟର ଦିଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କବି ନାରାୟଣ ଚନ୍ଦ୍ର ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ମୁରଲୀଧର ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବରିଷ୍ଠ ସାହିତ୍ୟିକ ମଙ୍ଗୁଳି ଚରଣ ପୃଷ୍ଟି, ଶ୍ରୀମତୀ ବସନ୍ତ ମିଶ୍ର, ପ୍ରତିଭା ସମ୍ପର୍ଦ୍ଧନାରେ କବିତା ରାଉତ, ବିଚିତ୍ରାନନ୍ଦ ଜେନା, ବିଶ୍ୱଜିତ ନାଥ, ମନ୍ଦାକିନୀ ଜେନାଙ୍କୁ ଡ. ଚନ୍ଦ୍ରଶେଖର ଦାଙ୍କ ସୌଜନ୍ୟରେ ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ଅତିଥି ମାନଙ୍କ ଦ୍ୱାରା ସଂସଦର ମୁଖପତ୍ର ‘ଦୁନ୍ଦୁଭି’ଉନ୍ମେଚନ ହୋଇଥିଲା । ନାରାୟଣ ଚନ୍ଦ୍ର ସାହୁ ଓ ସୁଦାମ ଚରଣ ଜେନା ମାନପତ୍ର ପାଠ କରିଥିଲେ । ଅଧ୍ୟାପକ ବାଇଡଙ୍କ ବାବା ଓ ଦାଶରଥି ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ କାବିତା ପାଠୋତ୍ସବରେ ସୁଜିତ ମିଶ୍ର, ଶଙ୍କର୍ଷଣ ଜେନା, ଅଧିକାରୀ ନାୟକ, ପ୍ରତିମା ସ୍ୱାଇଁ, ସରଳା ମାପାତ୍ର, ନରେନ୍ଦ୍ର ପ୍ରସାଦ ବେହେରା, କିର୍ତ୍ତନ ବିହାରୀ ଜେନା, କିର୍ତ୍ତନ ଚରଣ ନାୟକ, ଭାଗବତ ସାହୁ, ପ୍ରେମାନନ୍ଦ ମହାରଣା, ମନୋଜ ରାଉତ, ଅନନ୍ତ ଚରଣ ମୁଦୁଲି, ବ୍ରଜ କିଶୋର ରାଉତ, ନିରଞ୍ଜନ ନାୟକ, ଅକ୍ଷୟ କୁମାର ଜେନା, ଅର୍ଜୁନ ଚରଣ ବେହେରା, ଦସରଥ ସାହୁ, ନୀଳମଣି ବାରିକ, ଅନନ୍ତ ଚରଣ ଦେହୁରୀ, ଶଶିକାନ୍ତ ରାଉତ ପ୍ରମୁଖ କବିତା ପାଠ କରିଥିଲେ । ସୁରେନ୍ଦ୍ର କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ