ଶିବବିବାହ ପାଇଁ ଈଶ୍ୱରନାଥ ଶମ୍ବୁପୀଠରେ ଜାଇବଡ଼ି ଅନୁକୂଳ 

ନିମାପଡା, ( ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ଜିଉଁନ୍ତି ଗ୍ରାମ ସ୍ଥିତପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଈଶ୍ୱରନାଥ ଶମ୍ଭୁ ମନ୍ଦିରରେ ଆସନ୍ତା ଜୁନ୪ ତାରିଖରେ ପବିତ୍ର ଶୀତଳଷଷ୍ଠୀ ଓ ଶିବବିବାହ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ମନ୍ଦିରରେ ହିନ୍ଦୁ ବିବାହ ରିତିନୀତି ଅନୁଯାୟୀ ଜାଇବଡ଼ି ଅନୁକୂଳ କରାଯାଇଛି । ଗ୍ରାମର ଶ୍ରଦ୍ଧାଳୁ ମହିଳାମାନେ ସ୍ନାନ କରି ନବ ବସ୍ତ୍ର ପରିଧାନ ପୂର୍ବକ ମନ୍ଦିରରେ ଏକତ୍ରିତ ହୋଇ ଜାଇବଡ଼ି ଅନୁକୂଳ କାର୍ଯ୍ୟ କରିଥିଲେ । ଗୁରୁବାର ଠାରୁ ନିମନ୍ତ୍ରଣ ସହିତ ବିବାହର ଅନ୍ୟାନ୍ୟ କାର୍ଯ୍ୟବିଧି ଅନୁଯାୟୀ କରାଯିବ ବୋଲି ମନ୍ଦିରର ବଡ଼ପଣ୍ଡା ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ଆଜିର ଜାଇବଡି ଅନୁକୂଳ କାର୍ଯ୍ୟରେ ମଞ୍ଜୁଶ୍ରୀ ଦାଶ, ମିନାର୍ଭା ଦାଶ,କୁନି ଲତା ଦାଶ, ବିନିଲତା ଦାଶ ପ୍ରମୁଖ କାର୍ଯ୍ୟ ସମ୍ପାଦନ କରିଥିଲେ । ଚଳିତ ବର୍ଷ କନ୍ୟା ପିତା ଭାବେ ଶରତ ଚନ୍ଦ୍ର ପଣ୍ଡାଙ୍କ ପରିବାର ଓ ବରପିତା ଭାବେ ଦେବେନ୍ଦ୍ର ଦାଶଙ୍କ ପରିବାର ଦାଇତ୍ୱ ତୁଲାଇବେ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ନିଆ ଯାଇଛି । ପବିତ୍ର ଶୀତଳ ଷଷ୍ଠୀ ଦିନ ପ୍ରଭୁ ଈଶ୍ୱରନାଥଙ୍କୁ ବର ଭାବେ ସୁସଜ୍ଜିତ କରାଯାଇ ଏକ ମଣି ବିମାନ ରେ କନ୍ୟାପିତା ଘରକୁ ଯାଇ ବୈଦିକ ରୀତିରେ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ କରାଯିବା ପରେ ଶିବ ପାର୍ବତୀଙ୍କୁ ମନ୍ଦିର ପରିକ୍ରମା କରାଯାଇ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଗ୍ରାମର ଅଗ୍ରଣୀ ଅନୁଷ୍ଠାନ ଗୋପବନ୍ଧୁ ଯୁବ ସାମାଜିକ ସଂଗଠନ ପକ୍ଷରୁ ଶିବ-ପାର୍ବତୀଙ୍କ ବିବାହ ଉତ୍ସବ ଧୁମଧାମରେ ପାଳନ କରାଯିବାକୁ ପ୍ରସ୍ତୁତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ