ଶିବମୁନି ଜୟନ୍ତୀ ପାଳିତ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ନିକଟ ରାଜେନ୍ଦ୍ରପୁର ସ୍ଥିତ ଯୋଗାଶ୍ରମ ଠାରେ ସଦଗୁରୁଦେବ ଶିବମୁନିଙ୍କ ୧୩୮ତମ ଜୟନ୍ତୀ ପାଳିତ ହୋଇଯାଇଛି । ଶ୍ରୀପତି ମୁନିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗୀ ମହେନ୍ଦ୍ର ଜେନା, ବିକ୍ରମ ମୁନି, ନବଘନ ମୁନି, ନାରାୟଣ ମୁନି, ଦ୍ୱାରିକାନାଥ ଜେନା, ନୃସିଂହ ଚରଣ ମୁନି, ଶଙ୍କର୍ଷଣ ମୁନି, ନବକିଶୋର ମୁନି, ପ୍ରଦୀପ କୁମାର ମୁନି, ମୁନିମତୀ ଗୀତାଞ୍ଜଳୀ ପାଢୀ ପ୍ରମୁଖ ଯୋଗଦେଇ ଶିବମୁନିଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ସମ୍ପାଦକ ଯୋଗୀ ବାଇଧର ମୁନି ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ