ଶିବଲିଙ୍ଗରେ କେଉଁ ଦ୍ରବ୍ୟରେ କରିବେ ଅଭିଷେକ
ଦେବଙ୍କ ଦେବ ମହାଦେବ ଖୁବ ସରଳ ପୂଜାର୍ଚ୍ଚନାରେ ପ୍ରସନ୍ନ ହୋଇଥାଆନ୍ତି । ଭଗବାନ ଶିବଙ୍କୁ କଲ୍ୟାଣର ଦେବତା ମଧ୍ୟ କୁହାଯାଏ । ସମସ୍ତ ମନସ୍କାମନା ପୂରଣ କରିବାର ଶକ୍ତି ଶିବଲିଙ୍ଗରେ ସମାହିତ ହୋଇ ରହିଥାଏ ବୋଲି କୁହାଯାଏ । ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ, ଶିବଙ୍କୁ ଅଭିଷେକ ଖୁବ ପ୍ରିୟ । ଶିବଲିଙ୍ଗଙ୍କର ପୂଜା-ଅଭିଷେକ କରିବା ଦ୍ୱାରା ସମସ୍ତ ଦେବାଦେବୀଙ୍କୁ ଅଭିଷେକ କରିବା ସହ ସମାନ ଓ ଏହାର ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ । ଜାଣନ୍ତୁ ଶିବଲିଙ୍ଗରେ କେଉଁ ମନସ୍କାମନା ପୂରଣ ପାଇଁ କି ଦ୍ରବ୍ୟରେ ଅଭିଷେକ କରିବେ ।
ଯଦି ବିବାହରେ ବାରମ୍ବାର ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି, ତେବେ ଏହି ସମସ୍ୟାର ସମାଧାନ ପାଇଁ ଆଖୁ ରସରେ ଶିବଲିଙ୍ଗଙ୍କର ଅଭିଷେକ କରନ୍ତୁ । କେସର ମିଶ୍ରିତ ଜଳରେ ମଧ୍ୟ ଅଭିଷେକ କଲେ ବିବାହ ସହ ଜଡ଼ିତ ସମସ୍ତ ସମସ୍ୟା ଦୂର ହୋଇ ଶୀଘ୍ର ବିବାହ ହୋଇଥାଏ । ଏହାସହ ଶିବଙ୍କ ବିଶେଷ କୃପା ପ୍ରାପ୍ତି ସହ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।
କରଜ, ଧନସମ୍ପତ୍ତି ଜନିତ ସମସ୍ୟା ଲାଗି ରହୁଥିଲେ ମହୁରେ ଶିବଲିଙ୍ଗର ଅଭିଷେକ କରନ୍ତୁ ।
ବାରମ୍ବାର ରୋଗ ହେଉଥିଲେ କିମ୍ବା ଶରୀର ଅସୁସ୍ଥ ରହୁଥିଲେ ଜଳ, କ୍ଷୀର, କଳା ରାଶି ମିଶାଇ ଅଭିଷେକ କରନ୍ତୁ । ଏହି ସମସ୍ୟା ନିଶ୍ଚୟ ଦୂର ହେବ ।
ଶିବଲିଙ୍ଗଙ୍କୁ କଞ୍ଚା କ୍ଷୀରରେ ଅଭିଷେକ କରାଇଲେ ଆରୋଗ୍ୟ ପ୍ରାପ୍ତି ହେବା ସହ ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ ।
ଗାଈ ଘିଅରେ ଶିବଲିଙ୍ଗଙ୍କୁ ଅଭିଷେକ କରାଇଲେ ଧନସମ୍ପତ୍ତି, ବିଦ୍ୟାବୁଦ୍ଧି, ଆୟୁ ଆଦି ବୃଦ୍ଧି ପାଇଥାଏ ।