ଶିବସେନା ପକ୍ଷରୁ ଛତ୍ରପତି ଶିବାଜୀ ମହାରାଜଙ୍କ ୩୯୨ତମ ଜୟନ୍ତୀ
ବାଲେଶ୍ୱର : ଶିବସେନା ପକ୍ଷରୁ ଉକ୍ରଳ ବାଳାଶ୍ରମଠାରେ ଛତ୍ରପତି ଶିବାଜୀ ମହାରାଜଙ୍କ ୩୯୨ ତମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରତ୍ୟୁଷରୁ ଝାଡେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା ଓ ଗୋମାତାଙ୍କର ସେବା କାର୍ଯ୍ୟ ହୋଇଥିଲା । ଜିଲ୍ଲା ଶିବସେନା ପ୍ରମୁଖ ପଦ୍ମଲୋଚନ ପତିଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମ୍ମାନୀତ ଅତିଥି ଭାବେ ଉତ୍ତର ଓଡିଶା ସମ୍ପର୍କ ପ୍ରମୁଖ ଅକ୍ଷୟ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ବେହେରା, ରତନ କୁମାର ପାତ୍ର, ରଞ୍ଜନ କୁମାର ବାରିକ ପ୍ରମୁଖ କର୍ମୀମାନେ ଛତ୍ରପତି ଶିବାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଅନ୍ତେବାସୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ସମଗ୍ର ବିଶ୍ୱ ଇସଲାମିକ୍ ଆତଙ୍କବାଦରେ ଥରହର ହେବାରେ ଲାଗିଛି । ଛତ୍ରପତି ଶିବାଜୀଙ୍କ ଆଦର୍ଶକୁ ଅନୁକରଣ କରାଯିବା ସହ ରାଷ୍ଟ୍ରବାଦ ଓ ସନାତନ ହିନ୍ଦୁ ଧର୍ମ ପ୍ରତି ଗଭୀର ଅନୁରକ୍ତ ହେବା ଦ୍ୱାରା ହିଁ ଆତଙ୍କବାଦକୁ ଦମନ କରାଯାଇପାରିବ ବୋଲି କହିଥିଲେ । ଭାରତବର୍ଷରେ ହିନ୍ଦୁମାନଙ୍କୁ ବିଭାଜନ କରାଇବା ଓ ତାଙ୍କର ସଂଖ୍ୟା ହ୍ରାସ କରାଇବାର ଯୋଜନା କରିବା ଅତ୍ୟନ୍ତ ଉଦ୍ବେଗଜନକ ଅଟେ । ଏହି ପରିସ୍ଥିତିରେ ସମଗ୍ର ହିନ୍ଦୁ ଜାତି ଏକ ହୋଇ ଦେଶମାତୃତ୍ୱର ରକ୍ଷା କରିବା ପାଇଁ ଆଗେଇ ଆସିବାକୁ ପତି ପରାମର୍ଶ ଦେଇଥିଲେ । ଉତ୍ସବରେ ଜିଲ୍ଲା ଶିବସେନା ଉପପ୍ରମୁଖ ମନୋରଞ୍ଜ ପରିଡା, ଅରବିନ୍ଦ ଆଚାର୍ଯ୍ୟ, ମହାସଚିବ ଫୁନା ମହାପାତ୍ର, ଗଙ୍ଗାଧର ବିନ୍ଧାଣୀ, ପ୍ରଦୀପ କୁମାର ଦେ, କମଳାକାନ୍ତ ସ, ଯୋଗେନ୍ଦ୍ର ଦାସ, ଅବନ୍ତୀ ପରିଡା, ସୀତାରାଣୀ ଜେନା, ରାମହରିସୁର, ତିଳୋତ୍ତମା ପାତ୍ର, ସୁଶାନ୍ତ କୁମାର ସ୍ୱାଇଁ, ସୁରେଶ ଚନ୍ଦ୍ର ଋଣା, ପ୍ରୀତିରାଜ ନାୟକ, ଉମେଶ କମିଳା, ଅଜୟ ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।


