‘ଶିବସେନା’ ପକ୍ଷରୁ ବାଲା ସାହେବ ଠାକରେଙ୍କ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା):ଶିବସେନା ବାଲେଶ୍ୱର ଶାଖା ପକ୍ଷରୁ ଦଳର ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ୯୭ ତମ ଜୟନ୍ତୀ ସହରର ନୂଆବଜାରସ୍ଥିତ ପାର୍ଟି କାର୍ଯ୍ୟାଳୟରେ ସୋମବାର ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଦଳର ଜିଲ୍ଲା ସଭାପତି ପଦ୍ମଲୋଚନ ପତି ଅଧ୍ୟକ୍ଷତା କରିବା ସହିତ ବାଲା ସାହେବଙ୍କ ନୀତି ଆଦର୍ଶ ସମ୍ପର୍କରେ ସୂଚନା ଦେଇଥିଲେ । ସମାଜସେବୀ ଅଜୟ କୁମାର ବିଶ୍ୱାଳ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଲା ସାହେବଙ୍କ ବିଚାରଧାରା ଓ ଦେଶପ୍ରେମ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ ଯୋଗଦେଇ ସନାତନ ଧର୍ମ ରକ୍ଷା ସାଙ୍ଗକୁ ସଂଘର୍ଷମୟ ଜୀବନୀ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପୂର୍ବରୁ ହୋଇଥିବା ଚିତ୍ରକଳା ପ୍ରତିଯୋଗିତାରେ କୃତୀ ପ୍ରତଯୋଗୀଙ୍କୁ ଏହି ଅବସରରେ ଅତିଥିମାନେ ପୁରସ୍କୃତ କରିଥିଲେ । ଏଥି ସହିତ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ସଂଗଠନ ପକ୍ଷରୁ ଏଥିରେ ସମ୍ବର୍ଦ୍ଧତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅରବିନ୍ଦ ଆଚାର୍ଯ୍ୟ, ମନୋରଂଜନ ପରିଡ଼ା, ଫୁନା ମହାପାତ୍ର, ଉମେଶ ଚନ୍ଦ୍ର କମିଳା, ସୁଶାନ୍ତ କୁମାର ସ୍ୱାଇଁ, କମଳାକାନ୍ତ ସ, ସୁରେଶ ଚନ୍ଦ୍ର ରଣା, ସନ୍ତୋଷ ସିଂ, ରତ୍ନାକର ସାହୁ ଓ ସୀିାରାଣୀ ଜେନା ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନାରେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ