ଶିବାନନ୍ଦ ଆଶ୍ରମରେ ବିଷ୍ଣୁ ମହାଯଜ୍ଞ ଅନୁଷ୍ଠିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଜନକଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞ ଆଶ୍ରମର ମୁଖ୍ୟ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କୋଭିଡ ନିୟମ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଆଶ୍ରମ ପରିସରରେ ସପ୍ତାହ ବ୍ୟାପି ଅନୁଷ୍ଠିତ ଏହି ଯଜ୍ଞରେ ପ୍ରତିଦିନ ସୂର୍ଯ୍ୟପୂଜା, ଯୋଗ ଶିବିର ପ୍ରଭୃତି ସହ ପିଲାମାନଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ ପ୍ରତିଯୋଗିତା, ଅନ୍ନ ଯଜ୍ଞ, ନାମ ସଙ୍କୀର୍ତ୍ତନ, ସତସଂଙ୍ଗ, ସମାଜ ସଂସ୍କାର, ପାଠଚକ୍ର, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ସାତିତ୍ୟ ଆସର, ଶିବାନନ୍ଦ ଭଜନ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ପସନ୍ନ ନନ୍ଦ, ରବି ନାରାୟଣ ମହାପାତ୍ର, ସୈାରୀ ନନାଙ୍କ ଓ ସହକର୍ମୀଙ୍କ ଦ୍ୱାରା ରୀତି ନୀତି ଅନୁଯାୟୀ ଅଙ୍କୁର ରୋପଣ, ଅଧିବାସ, ପୂର୍ଣ୍ଣାହୂତି ଭଳି କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ବହୁ ସାଧୁସନ୍ଥ, ବରିଷ୍ଠ ନାଗରିକ, ଡାକ୍ତର, ଆଇନଜୀବୀଙ୍କ ସମେତ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ