ଶିବାନନ୍ଦ ଆଶ୍ରମରେ ବୁଦ୍ଧ ପ୍ରତିମୂର୍ତ୍ତି ଉନ୍ମୋଚିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ଅବସରରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ ଅତିଥି ଭାବେ ଯୋଗଦେଇ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ସହିତ ମିଳିତ ଭାବରେ ଶିଳ୍ପୀ ଶ୍ରୀଧର କୁମାର ରାଉତଙ୍କ ଦ୍ୱାରା ନିର୍ମିତ ରାଜକୁମାର ସିଦ୍ଧାର୍ଥ ଏବଂ ବୁଦ୍ଧତ୍ୱ ପ୍ରାପ୍ତି ପରେ ସନ୍ୟାସୀ ବୁଦ୍ଧଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ସାଧୁସନ୍ଥମାନେ ଉପସ୍ଥିତ ଥିଲେ ।