ଶିବାନନ୍ଦ ଆଶ୍ରମ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

କେନ୍ଦ୍ରାପଡା – ଗରାପୁର ସ୍ଥିତ ଶିବାନନ୍ଦ ଆଶ୍ରମ ପକ୍ଷରୁ କୋରୋ ପଂଚାୟତର ଗଇଦୁଆ ଠାରେ ଏକ ଦବସିୟ ମାଗଣା ସ୍ୱାସ୍ଥା ସେବା ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୁପାନନ୍ଦଜୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରୁ ଆସିଥିବା ଡା. ସରୋଜନୀ ଯୋଶୀଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଡାକ୍ତରୀ ଦଳ ଗଇଦୁଆ ଶିବାନନ୍ଦ ଚିକିତ୍ସାଳୟରେ ୬୭୩ ରୁ ଉର୍ଦ୍ଧ ରୋଗୀଙ୍କୁ ପରୀକ୍ଷା କରି ମାଗଣାରେ ଔଷଧ ବୀତରଣ କରିଥିଲେ । ପ୍ରତିବର୍ଷ ସ୍ୱର୍ଗତ ବ୍ୟାସଦେବ ଯୋଶୀଙ୍କ ତିରୋଧାନ ଦିବସ ଅବସରରେ ତାଙ୍କ ପିତା ସୁନାମ ଧନ୍ୟ ଡା. ବାଳକୃଷ୍ଣ ଯୋଶୀ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଏଠାରେ ଆୟୋଜନ କରାଇ ଆସୁଅଛନ୍ତି । ଏହି ଶିବିରରେ ଭେଷଜ ବିଶେଷଜ୍ଞ ଡା. ବାଳକୃଷ୍ଣ ଯୋଶୀ , ଡା. ସଂଜିବ ମହାପାତ୍ର, ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ସରୋଜନୀ ଯୋଶୀ , ଦନ୍ତ ରୋଗ ବିଶେଷଜ୍ଞ ଡା. ନିଶୀଥ୍ ଯାଦବ , ଡା. ପଦ୍ମଜା ଯୋଶୀ ପ୍ରମୁଖ ଉପସ୍ଥିତ ରହି ରୋଗୀମାନଙ୍କ ଚିକିତ୍ସା କରିଥିଲେ । ଏହି ଶିବିରକୁ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୁପାନନ୍ଦଜୀ ଉଦଘାଟନ କରିଥିବା ବେଳେ ଅବସର ପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ନିରଜଂନ ସାହୁ, ସମ୍ପାଦକ ଶରତ ପାତ୍ର ପ୍ରମୁଖ ଶିବିରରେ ଉପସ୍ଥିତ ଥିଲେ । ଶ୍ରୀଧର ରାଉତ, ସୁନାକର ରାଉତ, ଜନାର୍ଦ୍ଦନ ପରିଡା,ଶ୍ରୀବତ୍ସ ନାୟକ, ନୃସିଂହ ବାବା, ପୁରୁଷୋତ୍ତମ ପରିଡା, ବିଷ୍ଣୁ ଚରଣ ସାମଲ ପ୍ରମୁଖ ଶିବିର ପରି·ଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ