ଶିବାନନ୍ଦ ନୋଡାଲ ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ       

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ଶିବାନନ୍ଦ ନୋଡାଲ ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଶନିବାର ଉଦଘାଟିତ ହୋଇଯାଇଛି। ସଂସ୍କୃତ ଶିକ୍ଷକ ବିଶ୍ଵନାଥ ଦାସ ଙ୍କ ସଂଯୋଜନାରେ ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ବିଜୟ କୁମାର ପାଣିଗ୍ରାହୀ ମହୋତ୍ସବ ର ପ୍ରଥମ ଅଧିବେଶନ ରେ ଅଧ୍ୟକ୍ଷତା କରିଥିଲେ।ସ୍ଵାମୀ ଶ୍ରୀନିବାସାନନ୍ଦ ସରସ୍ଵତୀ,ସ୍ଵାମୀ ପୁରୁଷୋତ୍ତମାନନ୍ଦ ସରସ୍ଵତୀ,ସ୍ଵାମୀ ସଦାଶିବାନନ୍ଦ ସରସ୍ଵତୀ,ସ୍ଵାମୀ ଗୋବିନ୍ଦାନନ୍ଦ ସରସ୍ଵତୀ, ଅତିରିକ୍ତ ଗଞ୍ଜାମ ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ,ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀ କୋରେଶୁ ସେଠୀ, ସୁବର୍ଣ୍ଣ ଜୟନ୍ତୀ କମିଟି ମୁଖ୍ୟ ସମ୍ପାଦକ ଚନ୍ଦ୍ର ଶେଖର ମିଶ୍ର,ହାଇସ୍କୁଲ ପ୍ରଧାନ ଶିକ୍ଷକ ଅରୁଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ।୧୯୬୪ ମସିହାରେ ପ୍ରତିଷ୍ଠିତ ଏହି ହାଇସ୍କୁଲ ର କଳେବର ଯଥେଷ୍ଟ ପରିମାଣରେ ବୃଦ୍ଧି ଘଟିଛି।ଅତୀତର ସେହି ଅଭୁଲା ଛାତ୍ର ଓ ଗୁରୁ ମାନଙ୍କ ସମ୍ପର୍କରେ ଅତିଥିବୃନ୍ଦ ସବିଶେଷ ଆଲୋଚନା କରିଥିଲେ।ହାଇସ୍କୁଲ ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସ୍ବର୍ଗତ ଦୁର୍ଲଭ ଚୌଧୁରୀ ଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ମାନଙ୍କ ସ୍ମୃତି ଚାରଣ କରାଯାଇଥିଲା।ସ୍ଵାମୀ ଶିବାନନ୍ଦ ଙ୍କ ଆଧ୍ୟାତ୍ମିକ ଚିନ୍ତା ଚେତନା ସମ୍ପର୍କରେ ସଭାରେ ଅତିଥିବୃନ୍ଦ ବିସ୍ତୃତ ଆଲୋଚନା କରିଥିଲେ। ଅପରାହ୍ନ ରେ ଆୟୋଜିତ ଦ୍ଵିତୀୟ ଅଧିବେଶନ ରେ ସଂସ୍କୃତ ଶିକ୍ଷକ ବିଶ୍ଵନାଥ ଦାସ ସଂଯୋଜନା କରିଥିଲେ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ବ୍ରହ୍ମପୁର ସ୍ଥିତ ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ତ୍ରିପାଠୀ,ସୁବର୍ଣ୍ଣ ଜୟନ୍ତୀ କମିଟି ର ମୁଖ୍ୟ ଉପଦେଷ୍ଟା ତଥା ଦିଗପହଣ୍ଡି ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ,ଦିଗପହଣ୍ଡି ବିଡ଼ିଓ ହଳଧର ଶବର,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାଲାଜୀ ଦାସ, କୋରାମଣି ପଟ୍ଟନାୟକ,ବିରଞ୍ଚି ନାରାୟଣ ମହାପାତ୍ର,ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ତଥା ସୁବର୍ଣ୍ଣ ଜୟନ୍ତୀ କମିଟି ର ଉପଦେଷ୍ଟା ଆଦିକନ୍ଦ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ପ୍ରକାଶିତ ‘ ଦିବ୍ୟାମୃତ ‘ ଶୀର୍ଷକ ସ୍ମରଣିକା କୁ ଅତିଥିବୃନ୍ଦ ଉନ୍ମୋଚନ କରିଥିଲେ।  ସ୍ମରଣିକା କମିଟି ସଦସ୍ୟ ସୁରେନ୍ଦ୍ର ପଟ୍ଟନାୟକ,ମନୋଜ କୁମାର ପାଣିଗ୍ରାହୀ,ଶିବ କୁମାର ଆଚାର୍ଯ୍ୟ,ବିଶ୍ଵନାଥ ଦାସ ଙ୍କ ସମେତ ସୁବର୍ଣ୍ଣ ଜୟନ୍ତୀ କମିଟି କାର୍ଯ୍ୟକର୍ତ୍ତା ଶିବରାମ ପ୍ରଧାନ,ଦିଲ୍ଲୀପ କୁମାର ପଟ୍ଟନାୟକ, ସହକାରୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ, ଫନିନ୍ଦ୍ର ଦେବ ଗୋସ୍ୱାମୀ,କୃଷ୍ଣଚନ୍ଦ୍ର ବେହେରା,ବାଳକୃଷ୍ଣ ସୁବୁଦ୍ଧି,ଭଗବାନ ବାଡ଼ତ୍ୟା,ଅରୁଣ କୁମାର ପ୍ରଧାନ, ରାଜ କିଶୋର ମହାନ୍ତି,ବିକ୍ରମ ସିଂ ଙ୍କ ସମେତ ହାଇସ୍କୁଲ ର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ପୁରାତନ ଛାତ୍ରବୃନ୍ଦ ସଭାକାର୍ଯ୍ୟ ପରିଚାଳନା ରେ ସହାୟତା କରିଥିଲେ।ଶେଷରେ ହାଇସ୍କୁଲ ଛାତ୍ର ମାନଙ୍କ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ