ଶିବାନନ୍ଦ ଶିଶୁ ସତ୍ସଙ୍ଗ ରୌପ୍ୟ ଜୟନ୍ତୀ ମହୋତ୍ସବ ପାଳିତ

ବ୍ରହ୍ମପୁର : ରେଡ଼ି ଗ୍ୟାରେଜ ନିକଟସ୍ଥ ମାଁ ଭୈରବୀ କଲ୍ୟାଣ ମଣ୍ଡପ ଠାରେ ଶିବାନନ୍ଦ ଶିଶୁ ସତ୍ସଙ୍ଗ କେନ୍ଦ୍ରର ରୌପ୍ୟ ଜୟନ୍ତୀ ମହୋତ୍ସବ ଗୁରୁପାଦ ରେଣୁ (ରବି ଭାଇ)ଙ୍କ ଅଧ୍ୟକ୍ଷତାରେ ୫ ଦିନ ବ୍ୟାପି ଚାଲି ଆସିଥିବା “ଯୁବ ଯୋଗ ଶିବିର”ରେ ପ୍ରତ୍ୟହ ସ୍ୱାମୀ ଦେବାନନ୍ଦ, ଦେବଶୀ ମାତାଜୀ, ଦିବ୍ୟାଜୀ, ଟି.ଭବାନୀଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଆଧ୍ୟାମିôକ ସାଧନ ବିଷୟରେ ତାଲିମ ଦିଆଯାଉଥିଲା । କାର୍ଯ୍ୟକ୍ରମରେ ପ୍ରତ୍ୟହ ପ୍ରାତଃ ଜୟ ଗଣେଶ କୀର୍ତ୍ତନ ସହ ବିଭିନ୍ନ ଯୋଗାସନ ଓ ପ୍ରାଣାୟମ ଶିକ୍ଷା ପ୍ରଦାନ କରୁଥିଲେ । ବାଲ୍ୟକାଳରୁ ଶରୀର ତଥା ମନକୁ ସୁସ୍ଥ ରଖିବା ନିମନ୍ତେ “ଶିବାନନ୍ଦ ଯୋଗ”, ପତଞ୍ଜଳି ଯୋଗ ତଥା ଅନ୍ୟାନ୍ୟ ଯୋଗ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସୁସ୍ଥ ଜୀବନ ସହ ଭଗବାନଙ୍କ ନିକଟତର ହେବା ହେଉଛିଁ ମୂଳ ଲକ୍ଷ୍ୟ । କାର୍ଯ୍ୟକ୍ରମର ପୂର୍ଣ୍ଣର୍ାହୁତି ଦିବସରେ ଅତିଥି ଭାବେ ସ୍ୱାମୀ ବ୍ରହ୍ମସାକ୍ଷାକ୍ରାରାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ୍ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ । ସ୍ୱାମୀଜୀମାନେ କହିଥିଲେ- “ଯୋଗଃଚିତ୍ତବୃତ୍ତି ନିରୋଧା” ଅର୍ଥାତ୍ ଯୋଗଦ୍ୱାରା ଚିତ୍ତ ଯାହା ଚିନ୍ତନ କରୁଛି, ତାହାକୁ ନିଜ ଅଧିନରେ ରଖି ମନୁଷ୍ୟ ନିଜର ଭବିଷ୍ୟତ ତିଆରି କରିଥାଏ । ତେଣୁ ଛାତ୍ରଛାତ୍ରୀମାନେ ମନ, ମସ୍ତିଷ୍କ, ପ୍ରାଣ ଏକ କରି କାର୍ଯ୍ୟ କରିବା ଦ୍ୱାରା ବା ଯୋଗ କରିବା ଦ୍ୱାରା ତାହା ଫଳପ୍ରଦ ହୋଇଥାଏ ବୋଲି ସ୍ୱାମୀଜୀମାନେ କହିଥିଲେ । ଏବଂ ସମସ୍ତଙ୍କୁ ନିତ୍ୟ ନିରନ୍ତର ଯୋଗ କରିବା ଆବଶ୍ୟକ । ଯୋଗଦ୍ୱାର ଶରୀର ସୁସ୍ଥ ରଖିବା ଦ୍ୱାରା ପରମାତ୍ମାଙ୍କୁ ମଧ୍ୟ ସାକ୍ଷାତ ହୋଇଥାଏ । ଦିବ୍ୟ ଜୀବନ ସଂଘ ବ୍ରହ୍ମପୁର ଶାଖାର ସଭାପତି ପ୍ରକାଶ ଚନ୍ଦ୍ର ରଥ, ସମ୍ପାଦକ କପିଳେନ୍ଦ୍ର ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶିଶୁ ସତ୍ସଙ୍ଗର ବରିଷ୍ଠ ସଦସ୍ୟ ବିଶ୍ୱରୂପ ପାଢ଼ୀ, ଚିଦାନନ୍ଦ ପୃଷ୍ଟି, କାଳିଆ ଭାଇ, ବାବୁ ଭାଇ, କଲ୍ୟାଣ ଦାସଙ୍କ ସମେତ ଅଷ୍ଟମରୁ +୩ ପର୍ଯ୍ୟନ୍ତ ପ୍ରାୟ ୩୦୦ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । କେ. କୃଷ୍ଣମୂର୍ତ୍ତୀ ଏବଂ ସତ୍ୟ ଧର୍ମ ଜୈନ୍, ହରିହର ଭେଟ ମନ୍ଦିରର ପରିଚାଳକ ଦୁର୍ଗା ଚରଣ ପରିଚ୍ଛା କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଭଜନ କୀର୍ତ୍ତନରେ ଆର. ବାସବା ରାଜୁ, ଆର. ସରୋଜିନୀ, କେ. ଲିଙ୍ଗରାଜ ସହଯୋଗ କରିଥିଲେ । ଶେଷରେ ରବିଭାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ