ଶିବ ଦୁର୍ଗା ମନ୍ଦିରରେ ଶିବ ରାତ୍ରି ପାଳିତ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ଗ୍ରାମପଞ୍ଚାୟତ ସେଣ୍ଡକାପ ଗ୍ରାମର ଶିବ ଦୁର୍ଗା ମନ୍ଦିରରେ ଦେବ ଦେବ ମହାଦେବ ବାବା ଶ୍ରୀ ଶ୍ରୀ ବ୍ରହ୍ମେଶ୍ୱର ମହାଦେବଙ୍କ ଶିବ ରାତ୍ରି (ଜାଗର) ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ପୂଜକ ପ୍ରସନ୍ନ କୁମାର ମହାପାତ୍ର ଓ ତାଙ୍କ ସାଥିଙ୍କ ଦ୍ଵାରା ନୀତି କ୍ରାନ୍ତି ଅନୁସାରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ଭୋର ସମୟରୁ ଭୋଳା ବାବାଙ୍କ ସାନିଧ୍ୟ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ମନ୍ଦିରରେ ଭିଡ ଲାଗି ରହିଥିଲା । ନଡିଆ, ଧୂପ, ଦ୍ୱୀପ,ନୈବେଦ୍ୟ ଆଦି ଦ୍ଵାରା ଭକ୍ତ ମାନେ ବିଶେଷ ପୂଜା ଅର୍ଚ୍ଚନା କରିବାର ଦେଖିବାକୁ ମିଳିଥିଲା । ଏହି ପବିତ୍ର ଉତ୍ସବ ଅବସରରେ କୀର୍ତ୍ତନମଣ୍ଡଳୀଙ୍କ ଦ୍ଵାରା ଭଜନ ସଂଧ୍ୟା ଅନୁଷ୍ଠିତ ହୋଇଥିବାବେଳେ ରାତ୍ର ୧୦ ଘଟିକାରେ ମହାଦୀପ ଉଠିଥିଲା । ଶିବ ଦୁର୍ଗା ମନ୍ଦିର ପରିଚାଳନା କମିଟି ସେଣ୍ଡକାପ ତରଫରୁ ମନ୍ଦିରକୁ ସୁସଜ୍ଜିତ କରାଯାଇ ଆକର୍ଷଣ କରିବା ସହ ଭକ୍ତଙ୍କ ଦର୍ଶନ ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ସେହିପରି ଭାବେ ଗୋବର୍ଦ୍ଧନ,ରୁକୁଣାଦେଇପୁର, ବଣୁଆ,ଫକିରପୁର,ପଦ୍ମପୁର, ନୁଆଡିହି,ରାଇସୁଆଁ ଆଦି ଶୈବ ପୀଠରେ ଖୁବ ଜାକ ଜକମରେ ଶିବ ରାତ୍ରି ପର୍ବ ପାଳିତ ହୋଇଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ