ଶିବ ମନ୍ଦିର ମନ୍ଦିର ହୁଣ୍ଡି ଭାଙ୍ଗି ଚୋରୀ
ଚିକିଟୀ, (ପୁଷ୍ପାଞ୍ଜଳି ମିଶ୍ର) ଖାରିଆ ଗୁଡା ଫାଣ୍ଡି ତୁରୁବୁଡ଼ି ଗ୍ରାମରେ ଥିବା ଶିବ ମନ୍ଦିର ର ହୁଣ୍ଡି ଭାଙ୍ଗି ଚୋରୀ ହୋଇଥିବା ଜରଡ଼ା ଥାନା ରେ ଅଭିଯୋଗ ହୋଇଛି। ଆଜି ମନ୍ଦିର ପୂଜକ ପୂଜା କରିବା ପାଇଁ ସକାଳେ ଯାଇଥିବା ବେଳେ ମନ୍ଦିର ରେ ଥିବା ହୁଣ୍ଡି ଭଙ୍ଗା ଯାଇଥିବା ଦେଖି ଗ୍ରାମରେ ଖବର ଦେଇ ଥିଲେ।ଗ୍ରାମବାସୀ ଯାଇ ଦେଖିବା ପରେ ମନ୍ଦିର ହୁଣ୍ଡି ଭଙ୍ଗା ହୋଇଥିବା ଦେଖିବାକୁ ପାଇ ଥିଲେ।ଏହା ପରେ ହୁଣ୍ଡିରୁ ଅର୍ଥ ଚୋରୀ ସମ୍ପର୍କ ରେ ଜରଡ଼ା ଥାନା ରେ ଅଭିଯୋଗ ଦେଇ ଥିବା ମୋହନ ରାଓ କହିଛନ୍ତି।


