ଶିଭମଶିକ୍ଷା କେନ୍ଦ୍ରର ୧୭ତମ ବାର୍ଷିକ ଉତ୍ସବ ଓ ବିଶ୍ୱ ମହିଳା ଦିବସ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶିଭମ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରର ୧୭ତମ ବାର୍ଷିକ ଉତ୍ସବ ଓ ବିିଶ୍ୱ ମହିଳା ଦିବସ ସ୍ଥାନୀୟ ଚିନ୍ତାମଣିଶ୍ୱର ଠାରେ ଅଧକ୍ଷା ଶଶୀରେଖା ସାହୁ ଓ ଶିକ୍ଷା କେନ୍ଦ୍ରର ନିର୍ଦ୍ଦେଶକ ମଦନ ମୋହନ ପାଢ଼ୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ,ମୁଖ୍ୟ ବକ୍ତା ଭାବେ ସମାଜ ସେବୀ ସୁରେନ୍ଦ୍ର କୁମାର ସାହୁ ଯୋଗ ଦେଇ ଗୁରୁ ଶିଷ୍ୟଙ୍କ ପରମ୍ପରା ଅତି ମହାନ ସହିତ ଶିକ୍ଷା ଓ ନୈତିକତାର ମୂଲ୍ୟବୋଧ ଆମେ ଗୁରୁଙ୍କଠାରୁ ପ୍ରାପ୍ତ କରିଥାଉ,ଏହା ସହିତ ଗୁରୁ ଜୀବନଧାରାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଶ୍ୱ ମହିଳା ଦିବସ ଅବସରରେ ସମାଜର ବିକାଶରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବା ସହିତ ଆଜିର ମହିଳା କୌଣସି ଗୁଣରେ କମ ନୁହଁନ୍ତିି ବୋଲି ମତବ୍ୟକ୍ତ କରାଯାଇଥିିିଲା । ଜନପ୍ରତିନିଧିଙ୍କଠାରୁ ଭାରତର ରଷ୍ଟ୍ରପତି ଆଜିର ମହିଳା ବୋଲି ଅତିଥି ସମୂହ କହିଥିଲେ । ଏହି ପରିପ୍ରେକ୍ଷିରେ ସାମାଜିକ ଓ ଶିକ୍ଷା ଉପରେ ଆଧାରିତ ନାଟକ ମଦନ ସାରଙ୍କ ମାଉସ ଅନୁଷ୍ଠାନର ବିଦ୍ୟାର୍ଥିମାନଙ୍କଦ୍ୱାରା ପରିବେଷଣ କରାଯାଇଥିଲା । ଶେଷରେ ଉତ୍କଳର କଳା,ସଂସ୍କୃତି ଉପରେ ଆଧାରିତ ନୃତ୍ୟ ସଂଗୀତ ଆୟୋଜିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ