ଶିମିଳିପାଳବାସୀଙ୍କର କାଳିକାପ୍ରସାଦଠାରେ ଆନ୍ଦୋଳନ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ଶିମିଳିପାଳ ଅଭୟାରଣ୍ୟକୁ ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୧୪ ତାରିଖଠାରୁ ପର୍ଯ୍ୟଟକମାନଙ୍କ ଖେଲିବ ବୋଲି ବନବିଭାଗ ତରଫରୁ କିଛି ଦିନ ତଳେ ଘୋଷଣା କରାଯାଇଛି । ତେବେ ଶିମିଳିପାଳ ଅଭୟାରଣ୍ୟ ଖୋଲିବାର ଦିନକ ପୂର୍ବରୁ ଯଶିପୁର ଶିମିଳିପାଳ ପ୍ରବେଶ ପଥର କାଳିକାପ୍ରସାଦ ଫାଟକ ନିକଟରେ ଶହ ଶହ ସଂଖ୍ୟାରେ ଶିମିଳିପାଳବାସୀମାନେ ଏକତ୍ରିତ ହୋଇ ଆଜିଠାରୁ ଆରମ୍ଭ ଅନ୍ଦୋଳନ କରି ଦେଇଛନ୍ତି । ଯାହାକି ବନ ବିଭାଗ ଏବଂ ପ୍ରଶାସନକୁ ବେଶ୍ ଅଡୁଆରେ ପକାଇଛି । ଶିମିଳିପାଳବାସୀଙ୍କ ତରଫରୁ ଏହି ଆନ୍ଦୋଳନ ଆରମ୍ଭ ହେବା ପରେ ରାଜନୈତିକ ପାଣିପାଗ ବେଶ୍ ସରଗରମ ହୋଇ ଉଠିଛି । ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ ଙ୍କ ନିଜ ପୈତୃକ ଘର ଶିମିଳିପାଳ ଅଞ୍ଚଳ ରେ ହୋଇଥିବା ବେଳେ ଅନେକ ସମୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରଶାସନ ଏବଂ ସରକାରଙ୍କଠାରେ ଦାବି କରି ଆସୁଛନ୍ତି । ମାତ୍ର ସେ ବିଜେପି ଦଳର ହୋଇଥିବାରୁ ଶାସକ ଦଳର ଚାପରେ ବିଧାୟକଙ୍କୁ ବଦନାମ କରିବା ପାଇଁ ତାଙ୍କରି ପ୍ରସ୍ତାବ ବା ମତାମତକୁ ପ୍ରଶାସନ ତରଫରୁ କାର୍ଯ୍ୟକାରୀ କରାଯାଉ ନାହିଁ । ବହୁବାର ଯଶିପୁର ବିଧାୟକ ଶିମିଳିପାଳ ଅଧିବାସୀମାନଙ୍କର ସମସ୍ୟାର ପ୍ରତିକାର ପାଇଁ ବିଧାନସଭା ଏବଂ ବିଧାନସଭା ବାହାରେ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି। ଆଜି ଶିମିଳିପାଳ ବାସୀମାନେ କାଳିକାପ୍ରସାଦ ଫାଟକ ନିକଟରେ କଳିକାପ୍ରସାଦଠାରୁ ଗଡ଼ଶିମିଳିପାଳ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଉନ୍ନତିକରଣ, ଶିମିଳିପାଳରେ ମୋବାଇଲ ଟାୱାର ପାଇଁ ଅନୁମତି ଦେବା, ଶିମିଳିପାଳ ମୁଖ୍ୟ ରାସ୍ତାର କାଠପଟା ପୋଲଗୁଡ଼ିକ ସିମୋ କଂକ୍ରିଟ୍ ପେଲ କରିବା, ବନା କରେ ଥିବା ୩ ଟି ଗ୍ରାମ ୟତଗୁଡିକର ରାଜସ୍ୱ ଗ୍ରାମଗୁଡିକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ତର୍ଭୁକ୍ତ କରିବା, ସ୍ଥାନୀୟ ଶିକ୍ଷିତ ଯୁବକଯୁବତୀମାନଙ୍କୁ ବନ ବିଭାଗରେ ସ୍ଥାୟୀ ନିଯୁକ୍ତି କ୍ଷେତ୍ରରେ ଅଗ୍ରଧ୍ଵର ଦେବା ଦାବିରେ ଆଜି ସକାଳୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତାରୋକ ଆଜିଠାରୁ ଆରମ୍ଭ ହୋଇଛି ବହୁସଂଖ୍ୟା ରେ ଜନସାଧାରଣ ଗେଟ ସମ୍ମୁଖ ରେ ଧାରଣା ରେ ବସିଥିବାର ଦେଖିବାକୁ ମିଳିଛି । ଅସ୍ତକୁଅଁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ମହାନ୍ତି ବିରୁଆ, ପୂର୍ବତନ ସମିତି ସଭ୍ୟ ମାଛୁଆ ହୋ,ୱାର୍ଡ ସଭ୍ୟ ମଙ୍ଗଲ ବିରୁଆ ଓ କେରସେ ବାନରା, ଲିଲିମହନ ବିରୁଆ, ବେହୀପାଣି ପଞ୍ଚାୟତର ସରପଞ୍ଚ ପାର୍ବତୀ ଆଲଡ଼ା, ସମିତିସଭ୍ୟ ଝେଇ ବାନସ୍ୟା, ମଙ୍ଗଳ ଅଳତା, ବାହାଦୁର ସିନ୍ଦୁ, ଜଗବନ୍ଧୁ ଆଲଜୀ, ଗୁଗୁଡ଼ିଆ ଗ୍ରାମପ ତର ସରପଞ୍ଚ ପଦ୍ମିନୀ ନାଏକ, ନାଏବ ସରପଞ୍ଚ ମିତା ନାଏକ, ଗବି ସବୁ, ସଭ୍ୟ ସୋନିଆ ହୋ ପ୍ରମୁଖଙ୍କ ନେତୃତ୍ବରେ ରାସ୍ତାରୋକ ଆନ୍ଦୋଳନର ଚାଲୁ ରହିଥିବାର ଦେଖିବାକୁ ମିଳିଛି ।


