ଶିମିଳିପାଳରେ ଟ୍ରାପ କ୍ୟାମେରା ଧରାଇ ଦେଲା 3ଶିକାରୀ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ଶିକାର ମୁକ୍ତ ଶିମିଳିପାଳ ଏବଂ ଜୀବଜନ୍ତୁ ଙ୍କ ଗତି ବିଧି ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ
ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜାଯାଇଥିବା ଟ୍ରାପ କ୍ୟାମେରା ପୁଣି ଶିମିଳିପାଳରେ 3 ଶିକାରୀଙ୍କୁ ଧରାଇ ଦେଇଛି. ଗିରଫ ହୋଇଥିବା ଶିକାରୀମାନଙ୍କ ମଧ୍ୟରେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁମା ସାହି ଗ୍ରାମର କରଣ ମାରାଣ୍ଡି ଓରଫ ଟୁରା (21),କାରୁ ହଂସଦା ଓରଫ କନ୍ଦା ( 35) ଏବଂ ବୁଧୁରାଇ ସୋରେନ (28) ବୋଲି ଜଣାଯାଇଛି. ସୂଚନା ମୁତାବକ କରଣ ମାରାଣ୍ଡି ଶିକାର ପାଇଁ ଶିମିଳିପାଳ କୋର ଏରିଆରେ ପ୍ରବେଶ କରୁଥିବା ବେଳେ ଟ୍ରାପ କ୍ୟାମେରାରେ ତାର ଚିତ୍ର କଏଦ ହେବା ପରେ ବନ୍ଧୁକ ସହିତ ସିମିଳିପାଳ ଅଭୟାରଣ୍ୟ ଭିତରୁ ଧରା ପଡିଥିଲା. ତେବେ ପରେ ଘଟଣାରେ ଅନ୍ୟ ମାନଙ୍କ ସମ୍ପୃକ୍ତି ଥିବା ଜାଣି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉପନିର୍ଦ୍ଦେଶକ (ଦକ୍ଷିଣ) ସମ୍ରାଟ ଗୌଡ଼ାଙ୍କ ତତ୍ତ୍ଵାବଧାନରେ ଏକ ଟିମ ଗଠନ କରାଯାଇ ଦୁମା ସାହି ଗ୍ରାମରେ ଚଢ଼ାଉ କରାଯାଇ ଅନ୍ୟ ଦୁଇଜଣ ଶିକାରୀ କାରୁ ହଂସଦା ଏବଂ ବୁଧୁରାଇ ସୋରେନ କୁ ଗିରଫ କରାଯାଇଛି.ଏହି ଶିକାରୀ ମାନଙ୍କୁ ସେମାନଙ୍କ ଠାରୁ 5ଟି ଦେଶୀ ବନ୍ଧୁକ, ଗୋଟିଏ ଅଧା ଗଢା ବନ୍ଧୁକ ଗନ ପାଉଡର, ପେଲେଟ ଏବଂ ଅନ୍ୟାନ୍ୟ ଶିକାର ସାମଗ୍ରୀ ଜବତ କରାଯାଇଛି. ବନ ବିଭାଗ ପକ୍ଷରୁ ଅସ୍ତ୍ରଶସ୍ତ୍ର ଅଧିନିୟମ 1959 ଏବଂ ବିସ୍ଫୋରକ ଅଧିନିୟମ 1884 ଅନୁଯାଯ଼ୀ ମାମଲା ରୁଜୁ କରିବା ସହ ଜବତ ସାମଗ୍ରୀ ଗୁଡିକୁ ପୋଲିସ ଷ୍ଟେସନକୁ ହସ୍ତାନ୍ତର କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉପନିର୍ଦ୍ଦେଶକ (ଦକ୍ଷିଣ) ସମ୍ରାଟ ଗୌଡ଼ା ସୂଚନା ଦେଇଛନ୍ତି.