ଶିମିଳିପାଳରେ ତୁଷାର ପାତ କରଞ୍ଜିଆ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ
କରଞ୍ଜିଆ,(ଜିତେନ୍ଦ୍ର ରାଜ):ଦିନକୁ ଦିନ ମୟୁରଭଞ୍ଜ ଜିଲ୍ଲାରେ ତଳ ମୁହାଁ ହେଉଛି ପାରଦ । ପାରଦ ଯେତିକି ଖସୁଛି ସେତିକି ବଢୁଛି ଶୀତ। ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡର ଯଶିପୁର, ଶୁକୃଳି,ରରୁଁଆ, ଠାକୁରମୁଣ୍ଡା ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି ଏହାରପ୍ରଭାବ ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଥିବା ପରିଲକ୍ଷିତ ହେଉଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଅନେକ ସ୍ଥାନରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ନିଆଁ ଜାଳି ବସି ରହୁଛନ୍ତି । ଗତକାଲି ମୟୁରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ କୁ ଖସିଥିଲା । ଆଜି ଶିମିଳିପାଳ ଅଭୟାରଣ୍ୟ ଚହଲା ଏବଂ ଉପର ବାରା କାମୁଡା ରେ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଛି ।
ଶିମିଳିପାଳ ଆଭ୍ୟନ୍ତରୀଣ ଉପର ବରାହା କାମୁଡା, ଚହଲା, ବାରେହିପାଣି ଅଞ୍ଚଳ ରେ ଦୁଇଦିନ ହେବ ତୁଷାରପାତ ହେଉଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ଏହାର ପ୍ରଭାବ ରେ ଶିମିଳିପାଳ ଏବଂ ଶିମିଳିପାଳ ପାଦଦେଶରେ ଅଧିକ ଶୀତ ଅନୁଭୂତ ହେଉଛି । ପ୍ରବଳ ଶୀତ ପାଇଁ ଉପଖଣ୍ଡର ବିଭିନ୍ନ ଅଞ୍ଚଳ ରେ ସକାଳ ଏବଂ ସନ୍ଧ୍ୟା ରେ ରାସ୍ତା ଘାଟ ଶୂନସାନ ହେଇଯାଉଛି । ଶୀତ ଋତୁ ରେ ଶୀତ ବସ୍ତ୍ର ବିକ୍ରି କରିବାକୁ କରଞ୍ଜିଆ ସହର କୁ ରାଜ୍ୟ ତଥା ନେପାଳ ରୁ ବେପାରୀଙ୍କ ସୁଅ ଛୁଟିଛି । ଏବେ ଶୀତ ବସ୍ତ୍ର ଦୋକାନ ରେ ଲାଗିଲାନି ଭିଡ଼ । ଶୀତୁଆ ସକାଳରେ ଚା ଖଟି ରେ ଲାଗିଛି ଭିଡ଼ । ଚା ପିଇ ଲୋକମାନେ ଶୀତର ଅନୁଭୂତି ନେଉଛନ୍ତି ।ଲୋକଙ୍କ ମନରେ ଆଶଙ୍କା ରହୁଛି କି ଆଗକୁ ଆହୁରି ଅଧିକ ପାରଦ ଖସିପାରେ। ସୂଚନା ଥାଉକି ଶିମିଳିପାଳ ପାଦ ଦେଶ ରେ ଶୂନ ଡିଗ୍ରୀ ପାରୋଦ ରହିବାର ନଜର ରହିଛି, ଚଳିତ ବର୍ଷ ଦୁଇଦିନ ହେଲା ସର୍ବାଧିକ ଥଣ୍ଡା ପଡୁଥିବା ଲକ୍ଷ କରାଯାଇଛି.ତେବେ ଶୀତ ଆଗକୁ ଆହୁରି ବଢିବ ବୋଲି ପୂର୍ବାନୁମାନ କରାଯାଇଛି ଏଭଳି ଶୀତ ପ୍ରକୋପ ଜାରି ରହିଲେ ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୂନ ଡିଗ୍ରୀକୁ ତାପମାତ୍ରା ଖସିବାର ସମ୍ଭାବନା ଦେଖାଦେଇଛି
ଶୀତ ପ୍ରକୋପ ବୃଦ୍ଧି ଯୋଗୁ ଗ୍ରାମାଞ୍ଚଳ ରେ ଲୋକେ ନିଆଁ ଜାଳି ସକାଳେ ଓ ସନ୍ଧ୍ୟା ସମୟରେ ଶୀତରୁ ରକ୍ଷାପାଇବାକୁ ପ୍ରୟାସ କରୁଥିବା ବେଳେ ବଜାର ଅଞ୍ଚଳ ରେ ମଧ୍ୟ ଛକ ଛକ ରେ ଲୋକେ ନିଆଁ ଜାଳି ନିଆଁ ପାଖରେ ଭିଡ଼ କରୁଥିବା ଦେଖିବାକୁ ମିଳୁଛି.