ଶିମିଳିପାଳରେ ପୁଣି କମିଲେ ବାଘ

ଭୁବନେଶ୍ବର : ଶିମିଳିପାଳ ଅଭୟାରଣ୍ୟରେ ବର୍ଷର ପ୍ରଥମ ବାଘ ଗଣନା କାର୍ଯ୍ୟକ୍ରମ ଶେଷ ହୋଇଛି । ଗତ ୨୮ ତାରିଖରୁ ଫେବ୍ରୁଆରି ୩ ତାରିଖ ପର୍ଯ୍ୟନ୍ତ ଗଣନା ଚାଲିଥିଲା । ଏଥିରେ ବାରିପଦା ବନଖଣ୍ଡ ଅନ୍ତର୍ଗତ ୨୦୧ଟି ବିଟର ସମସ୍ତ କର୍ମଚାରୀ ନିୟୋଜିତ ହୋଇଥିଲେ । ଅଭୟାରଣ୍ୟର କାର୍ ଓ ବଫର ଏରିଆରେ କ୍ୟାମେରା ଲଗା ଯାଇଥିଲା । ମଳ, ପାଦଚିହ୍ନ, ଆମ୍ପୁଡ଼ା ଓ କ୍ୟାମେରା ଏପରି ୪ଟି ଉପାୟରେ ଗଣନା ହୋଇଥିଲା । ତେବେ ଗଣନାର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇନଥିଲେ ବି ଏଥର ବାଘସଂଖ୍ୟା କମିଥିବା ସୂଚନା ଦେଇଛି ବନବିଭାଗ । ୨୦୧୬ ମସିହା ଗଣନାରେ ଶିମିଳିପାଳରେ ୨୬ଟି ବାଘ ଥିବା ସୂଚନା ରହିଥିଲା । ତେବେ ଏଥର ଏହି ସଂଖ୍ୟା କମିଛି । ଶିମିପାଳରୁ ପଶ୍ଚିମବଙ୍ଗ ପଟକୁ ଓ ହଦଗଡ଼ ବନାଞ୍ଚଳକୁ କିଛି ବାଘ ଚାଲି ଯାଇଥିବା କହୁଛି ବନବିଭାଗ । ତେବେ ବିଭାଗର ରିପୋର୍ଟ ଠିକ୍ ନୁହଁ ଓ ଠିକଣା ଢଙ୍ଗରେ ଗଣନା ହେଉନଥିବା ଅଭିଯୋଗ କରିଛନ୍ତି ଅବସରପ୍ରାପ୍ତ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ