ଶିମିଳିପାଳର ଗୁଡୁଗୁଡ଼ିଆ ପଞ୍ଚାୟତରେ ବିଜୁ ଗ୍ରାମୀଣ ଜ୍ୟୋତି ଯୋଜନାରେ ସୌର ଚାଳିତ ଆଲୋକ ବ୍ୟବସ୍ଥାର ଶୁଭାରମ୍ଭ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ଶିମିଳିପାଳ ବନାଞ୍ଚଳ ମଧ୍ୟରେ ଥିବା ଆଭ୍ୟନ୍ତରୀଣ ଅଂଚଳ ଓ ସଂରକ୍ଷିତ ଜଙ୍ଗଲ ଥିବାରୁ ଗ୍ରାମ ଗୁଡିକୁ ବିଦ୍ୟୁତ ସେବାରୁ ଦିର୍ଘ ୭୫ ବର୍ଷ ହେଲା ବଞ୍ଚିତ ରହିଥିଲେ। ଅନ୍ଧାରିଆ ମୂଲ୍ୟରେ ଦିନ କାଟୁଥିଲେ ଗ୍ରାମବାସୀ ।ଯାହା ଫଳରେ ନିରିହ ଆଦିବାସୀମାନେ ନାହିଁ ଥିବା ଦୁର୍ଦ୍ଦଶାର ଭୋଗି ଚାଲିଥିଲେ। ଶିମିଳିପାଳ ଜୈବମଣ୍ଡଳ ଯୋଗୁଁ ଏହା ମଧ୍ୟକୁ ବିଦ୍ୟୁତ ଯୋଗାଣ ହୋଇପାରିନଥିଲା। ରାଜ୍ୟ ଶକ୍ତି ବିଭାଗ ଉପଦେଷ୍ଟା ଦୀପ୍ତିମାନ ବଳଙ୍କ ପ୍ରଚେଷ୍ଟା ଓ ରାଜ୍ୟ ବିଜେଡି ଯୁଗ୍ମ-ସମ୍ପାଦକ ଚକ୍ରଧର ହେମ୍ବ୍ରମଙ୍କ ଉଦ୍ୟମ ଯୋଗୁଁ  ରାଜ୍ୟ ସରକାର ବିଜୁ ଗ୍ରାମୀଣ ଜ୍ୟୋତି ଯୋଜନାରେ ଏସବୁ ଇଲାକାକୁ ସାମିଲ କରିବା ସହିତ ସୌର ଚାଳିତ ବିଦ୍ୟୁତ ଯୋଗାଣ ପାଇଁ ବ୍ୟବସ୍ଥା କରିଛନ୍ତି।ଶିମିଳିପାଳ ବାସୀଙ୍କ ବହୁଦିନର ସ୍ୱପ୍ନ ସାକାର ହୋଇଛି।ଯେଉଁଠି ଲୋକ ସଂଖ୍ୟା କମ୍ ଓ ଘର ଗୁଡିକ ଛାଡି ଛାଡି ଦୂରରେ ରହିଛି, ସେଠାରେସୌର ଚାଳିତ ଆଲୋକ ଘର ପ୍ରତି ଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି।ଟାଟା ପାୱାର ନର୍ଥ ଓଡ଼ିଶା ଡିଷ୍ଟ୍ରିଵ୍ଯୁସନ ଲିମିଟେଡ଼ର ମୁଖ୍ୟ ପ୍ରବନ୍ଧକ ରାଜୀବ କୁମାର ନାୟକ,ଶକ୍ତି ବିଭାଗ ଉପଦେଷ୍ଟା ବିଶିଷ୍ଟ ଯୁବ ସମାଜସେବୀ ଦୀପ୍ତିମାନ ବଳ, ଯଶିପୁର ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ଯୁବ ସମାଜସେବୀ ଚକ୍ରଧର ହେମ୍ବ୍ରମ, ଗୁଡୁଗୁଡ଼ିଆ ସରପଞ୍ଚ ପଦ୍ମିନୀ ନାଏକ,ଯୁବ ସଙ୍ଗଠକ ରାଜୁ ତିଉ ଓ ଜୁରିଆ ଚାତାର,ସମାଜସେବୀ ଗୁରୁଚରଣ ସାହୁ,ଦିଲ୍ଲୀ ଡିଷ୍ଟ୍ରିବ୍ଯୁସନ ଲିମିଟେଡ଼ କମ୍ପାନୀର ସହକାରୀ ପ୍ରବନ୍ଧକ ରୁଦ୍ର ପାତ୍ର, ସାମ୍ବାଦିକ ପଙ୍କଜ ମିଶ୍ରଙ୍କ ସମେତ ସ୍ଥାନୀୟ ଅଧିବାସୀଙ୍କ ଗହଣରେ ଅତିଥିମାନେ ଶୁଭ ନଡ଼ିଆ ଭାଙ୍ଗି ସୌର ଖୁଣ୍ଟ ପ୍ରଥମେ ଲେଞ୍ଜିଘୋଷରା ଛକରେ ଖୁଣ୍ଟ  ପୋତି ଶୁଭାରମ୍ଭ କଲାପରେ  କୁଆଁରୀବିଲ ,ଖେଳିଆଡୁଙ୍ଗୁରି,ସାହାରପାଟ,ଖେଜୁରୀ,ବଡ଼କାଶିରା ଗ୍ରାମରେ ମଧ୍ୟ ଆରମ୍ଭ କରିଥିଲେ।ମୁଖ୍ୟ ପ୍ରବନ୍ଧକ ଶ୍ରୀ ନାୟକଙ୍କ ସୂଚନା ମତେ ପର୍ଯ୍ୟାୟ କ୍ରମେ ବରେହିପାଣି ଓ ଅସ୍ତକୁଅଁର ପଞ୍ଚାୟତରେ ମଧ୍ୟ ସୌର ଚାଳିତ ଆଲୋକର ବ୍ୟବସ୍ଥା ପ୍ରତି ଘର ପ୍ରତି ହେବ ଓ କେହି ଏଥିରୁ ବାଦ୍ ପଡିବେ ନାହିଁ।ଏହି କାର୍ଯ୍ୟ ଲାନ୍ସସିସୋ ଇନୋଭେସନ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ଼କୁ ଦିଆଯାଇଛି। ଦୁର୍ଗମ ଅଞ୍ଚଳରେ ଆଲୋକର ବ୍ୟବସ୍ଥା କରାଯାଇଥିବାରୁ ବନାଞ୍ଚଳ ଶିମିଳିପାଳବାସୀଙ୍କ ଆନନ୍ଦର ଲହରି ଖେଳି ଯାଇଛି । ରାଜ୍ୟ ଶକ୍ତି ବିଭାଗ ଉପଦେଷ୍ଟା ଦିପ୍ତୀମାନ ବଳଙ୍କ ଆଦିବାସୀଙ୍କୁ ଭଲ ପାଇବା, ସେମାନଙ୍କ ସୁଖ ଦୁଃଖର ସାଥୀ ସେବା ଏବଂ ସେମାନଙ୍କ ମୌଳିକ ଆଲୋକର ସମସ୍ୟା ଦୂର ପାଇଁ ବିଶାଳ ପ୍ରଚେଷ୍ଟାକୁ ଶିମିଳିପାଳବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ