ଶିମିଳିପାଳ ଅଭୟାରଣ୍ୟରୁ ଶିକାରୀ ଗିରଫ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ରକ୍ଷକ ସାଜିଲା ଭକ୍ଷକ, 2ପୋଲିସ କର୍ମଚାରୀ ମାଇ କୁଟୁରା ଶିକାର କରୁଥିବା ବେଳେ ଶିମିଳିପାଳ ବନ ଅଧିକାରୀଙ୍କ ଦ୍ୱାରା ଗିରଫ, ଗିରଫ ହେଲେ ବାଲେଶ୍ୱର ଜିଲ୍ଲା ସହଦେଵ ଖୁଣ୍ଟା ପୋଲିସ ଷ୍ଟେସନରେ କାର୍ଯ୍ୟରତ କନଷ୍ଟେବଳ ପୂର୍ଣଚନ୍ଦ୍ର ମଢେଇ, ଅନ୍ୟଜଣେ ସେହି ଥାନାର ହେମନ୍ତ କୁମାର ମହାନ୍ତି, ସୂଚନା ଦେଲେ ଶିମିଳିପାଳ ଟାଇଗର ରିଜର୍ଭ ଅଧିକାରୀ, ବାରିପଦା। ସେପଟେ ଘଟଣା ସମ୍ପର୍କରେ ଅଧିକାରୀ ଜାଣିଲା ପରେ ଅଧିକ ତଦନ୍ତ ଆରମ୍ଭ କରିଛି ବନବିଭାଗ। ଏହି ଶିକାରୀ ମାନେ ଶିମିଳିପାଳ ଅଭୟାରଣ୍ୟ ର ନ ଅଣା ରେଞ ଭିତରେ ପଶି ଶିକାର କରୁଥିବା ବେଳେ ବନବିଭାଗ ଅଧିକାରୀ ଙ୍କ ଦ୍ଵାରା ଧରାପଡିଲେ।


