ଶିମିଳିପାଳ ଅଭୟାରଣ୍ୟରେ ଅବକାରୀ ଚଢ଼ାଉ ବ୍ୟାପକ ଅଫିମ ଚାଷ ନଷ୍ଟ

କରଞ୍ଜିଆ,(ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା ଅବକାରୀ ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କହଁର ଙ୍କ ନିର୍ଦେଶକ୍ରମେ ଉପ ଅଧିକ୍ଷକ ସୌମ୍ୟରଂଜନ ବେହେରା ଙ୍କ ତତ୍ୱାବଧାନ ରେ କରଞ୍ଜିଆ ଅବକାରୀ ନିରୀକ୍ଷକ ସଞ୍ଜୟ କୁମାର କାଣ୍ଡି ଙ୍କ ନେତୃତ୍ୱ ରେ ଅବକାରୀ ମୋବାଇଲ ଇନିସ୍ପେକ୍ଟର ଶ୍ରୀଧର ମହାନ୍ତି,କରଞ୍ଜିଆ ଅବକାରୀ ଓ.ଆଇ.ସି ରଶ୍ମିରଂଜନ ନାଏକ, ଏଏସଆଇ ଫୁଲମଣୀ ନାଏକ, ପୀଥନାଥ ମୁର୍ମୁ,ଅଂଶୁମାନ ପରିଡା, ଆଲୋକ ସୁତାର ଙ୍କ ସହଯୋଗ ରେ ଶିମିଳିପାଳ ଅଭୟାରଣ୍ୟ ରେ ଅବକାରୀ ବିଭାଗ ଓ ଜଙ୍ଗଲ ବିଭାଗ ର ମିଳିତ ଚଢ଼ାଉ ରେ ୩୫୦୦୦ ଅଫିମ ଗଛ ଉପାଡିବା ସହିତ ନିଆଁ ଲଗାଇ ନଷ୍ଟ କରିଥିବାସୂଚନା ମିଳିଛି ଅବକାରୀ ବିଭାଗ ଓ ବନବିଭାଗ ର ଏହି ମିଳିତ ଚଢ଼ାଉ ରେ ଯଶିପୁର ବ୍ଲକ ଅନ୍ତର୍ଗତ ଶିମିଳିପାଳ କୋର ଅଞ୍ଚଳର ବନ୍ଦିରାପୋଷି, ଆସନବନି, ଫୁଲବାଡିଆ ଗ୍ରାମର ନାଳ କଡ଼ରେ ଶିମିଳିପାଳ ଜଙ୍ଗଲ ଜମିରେ ଚାଷ ହୋଇଥିବା ପ୍ରାୟ ୧ ଏକର ଜମିରେ ଚାଷ ହୋଇଥିବା ୩୫୦୦୦ ଅଫିମ ଗଛ କୁ ଉପାଡିବା ସହିତ ନିଆଁଲଗାଇ ନଷ୍ଟ କରିଥିବା ସୂଚନା ଦେବା ସହିତ କାହାରିକୁ ଗିରଫ କରାଯାଇନଥିବା ଏବଂ ନଷ୍ଟ କରାଯଇଥିବା ଅଫିମ ଫସଲ ର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅବକାରୀ ଇନିସ୍ପେକ୍ଟର ସଞ୍ଜୟ କୁମାର କାଣ୍ଡି ସୂଚନା ଦେଇଛନ୍ତି
ଏହି ଚଢ଼ାଉ ସମୟ ରେ ମାଜିଷ୍ଟ୍ରେଟ ଭାବେ ଯଶିପୁର ସହକାରୀ ତହସିଲଦାର ଜ୍ୟୋତି ପ୍ରକାଶ ସାହୁ, ଯଶିପୁର ରାଜସ୍ବ ନିରୀକ୍ଷକ, ଯଶିପୁର ଓ ବାହଳଦା ଅବକାରୀ ଅଧିକାରୀ ସାମିଲ ଥିଲେ
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଇତି ମଧ୍ୟରେ ଯଶିପୁର ଥାନା ଓ ଠାକୁରମୁଣ୍ଡା ଥାନା ଶିମିଳିପାଳ ପାର୍ଶ୍ଵବର୍ତ୍ତୀ ଜଙ୍ଗଲ ରୁ ଇତି ମଧ୍ୟରେ ପୋଲିସ ବିଭାଗ ପ୍ରାୟ କୋଡିଏ କୋଟି ଟଙ୍କା ରୁ ଉର୍ଦ୍ଧ ମୂଲ୍ୟର ଅଫିମ ଚାଷ ନଷ୍ଟ କରିସାରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ