ଶିମିଳିପାଳ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ବିଞ୍ଜାନ ଓ ଖାଦ୍ୟ ମେଳା ଅନୁଷ୍ଠିତ
କରଞ୍ଜିଆ,(ଜିତେନ୍ଦ୍ର ରାଜ):ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ସହର ଅଙ୍କୁରା ସ୍ଥିତ ଶିମିଳିପାଳ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ରବିବାର ତା୨୨/୧୨/୨୦୨୪ରିଖ ସକାଳ ଆଠ ଘଟିକାରେ ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀଯୁକ୍ତ ଦଶରଥ ମହାନ୍ତ ଙ୍କ ଦ୍ବାରା ବିଦ୍ୟାଳୟ ପ୍ରାଙ୍ଗଣ ରେ ଏକ ଦିବସୀୟ ବିଞ୍ଜାନ ଓ ଖାଦ୍ୟ ମେଳା ଉଦଘାଟିତ ହୋଇ ଯାଇଛି । ଏହି ଏକ ଦିନିଆ ବିଞ୍ଜାନ ଓ ଖାଦ୍ୟ ମେଳାରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ବାରା ବିଞ୍ଜାନ ସମ୍ବନ୍ଧୀୟ ବିଭିନ୍ନ ପ୍ରକଳ୍ପ ଓ କୁନି କୁନି ଛାତ୍ର ଛାତ୍ରୀଙ୍କଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତଙ୍କ ଦ୍ବାରା ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟର ଷ୍ଟଲ ବସାଇ ଥିଲେ । ଏହି ଷ୍ଟୋଲ ରୁ ଖାଦ୍ୟ କିଣି ନିମନ୍ତ୍ରିତ ଅତିଥିମାନଙ୍କ ସହ ଛାତ୍ର ଛାତ୍ରୀଙ୍କ ଅଭିଭାବକ ମାନେ ଖାଦ୍ୟର ମାନ ସମ୍ବନ୍ଧରେ ମତାମତ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କାଦଡିହାର ରାଜନୀତି ବିଜ୍ଞାନ ର ବରିଷ୍ଠ ଅଧ୍ୟାପକ ଜନ୍ମେଜୟ ଶତପଥି , ସମ୍ମାନିତ ଅତିଥି ଭାବେ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ମାନସ ରଞ୍ଜନ ବେହେରା, ନୂଆଁଗା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନରେଶ କୁମାର ବେହେରା ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ବିଞ୍ଜାନ ପ୍ରକଳ୍ପ ର ବିଚାରକ ଭାବେ ଗାଲୁସାହି ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଞ୍ଜାନ ଶିକ୍ଷକ ନାରାୟଣ ସାହୁ , ସି.ଆର.ସି.ସି ପ୍ରଦୀପ ପାତ୍ର, ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ର ଲେବ ଆସିଷ୍ଟାଣ୍ଟ ବେଣୁଧର ମହାନ୍ତ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପ ମଧ୍ଯରୁ ଶ୍ରେଷ୍ଠ ପ୍ରକଳ୍ପ ଚୟନ କରିଥିଲେ ।
ବିଞ୍ଜାନ ପ୍ରକଳ୍ପ ର ସହାୟକ ଭାବେ ଶିମିଳିପାଳ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଜିତେନ୍ଦ୍ର ମହାନ୍ତ, ମନୋଜ ମହାନ୍ତ, ପ୍ରୀୟମ୍ବଦା ମିଶ୍ର କୁନି ବୈଞ୍ଜାନିକ ମାନଙ୍କୁ ତାଙ୍କର ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥିଲେ । ଖାଦ୍ୟ ମେଳାର ସହାୟକ ଭାବେ ଭଗବତୀ ନାଏକ,ପ୍ରତିମା ମହାନ୍ତ, ମୀରା ସୋନାର, ନମିତା ମହାନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିବା ପାଇଁ ସହକାରୀ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ବେହେରା,ପ୍ରୀୟମ୍ବଦା ମିଶ୍ର, ପ୍ରତିଭା ବାରିକ ଙ୍କ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ । ବିଞ୍ଜାନ ପ୍ରକଳ୍ପ ମଧ୍ଯରୁ ବରିଷ୍ଠ ବର୍ଗରେ ଚନ୍ଦ୍ରୟାନ ପ୍ରକଳ୍ପ, ସୂର୍ଯ୍ୟ ଶକ୍ତି ଜଳସେଚନ ପ୍ରକଳ୍ପ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ । କନିଷ୍ଠ ବର୍ଗର ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ, ବଳକା ଜଳରେ ଚିକିତ୍ସା ପ୍ରକଳ୍ପ, ବର୍ଷା ରୁ ସଫା ଲୁଗା ସୁରକ୍ଷା ଆଦି ପ୍ରକଳ୍ପ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏପରି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଅଭିଭାବକ ବିଦ୍ୟାଳୟର ପରିଚାଳନା କମିଟିକୁ ଧନ୍ୟବାଦ ଅର୍ପଣ କରିଛନ୍ତି
।