ଶିମିଳିପାଳ ରେ ତାପମାତ୍ରା ସର୍ବନିମ୍ନ ୩ ଡିଗ୍ରୀ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ଦିନକୁ ଦିନ ବଢ଼ୁଛି ଶୀଚ ଲହରୀ। ପାରଦ ବଢିବାର ନାଁ ନେଉ ନାହିଁ । ଲଘୁଚାପ ଜନିତ ବର୍ଷା ବାରମ୍ବାର ଲାଗି ରହିଥିବା ଯୋଗୁଁ ଟିକେ ଢେରିରେ ଶୀତ ଅନୁଭୁତ ହେଲା ।କିନ୍ତୁ ବର୍ତ୍ତମାନ ଥଣ୍ଡା ର ପ୍ରକୋପ ସାଧାରଣ ଜୀବନଯାପନ ଅସ୍ତବ୍ୟସ୍ତ କରି ପକାଇଛି ପକାଇଛି । । ପାଣିପାଗ ପାଗ ବିଭାଗର ସୂଚନା ସୁଚାବକ ଆଗକୁ ଆହୁରି ତାପମାତ୍ରା ନିମ୍ନଗାମୀ ହେବାସହିତ ଶୀତ ମାତ୍ରା ବୃଦ୍ଧି ପାଇବ ବୋଲି ଜାଣିବାକୁ ମିଳିଛି । ପାଞ୍ଚପିଢ଼ ଉପଖଣ୍ଡ ଶିମିଳିପାଳ ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ ହୋଇଥିବାରୁ ଏଠାରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂକ୍ତ ହେଉଛି । ବେଳେ ବେଳେ ସକାଳ ସମୟରେ ଆକାଶ ସମ୍ପୂର୍ଣ୍ଣ ଭାବେ କୁହୁଡି ରେ ଅଚ୍ଛାଦିତ ହୋଇ ରହୁଛି। ଅନ୍ୟପକ୍ଷେ ପାଖରେ ଥିବା ଘଞ୍ଚ ଜଙ୍ଗଲରୁ ଶୀତୁଆ ପବନ ବୋହିବା ଯୋଗୁଁ ଶୀଚର ମାତ୍ରା ଦ୍ବିଗୁଣିତ ହୋଇ ଯାଇଛି ବିଶେଷକରି ଜଙ୍ଗଲ ପରିବେଷ୍ଟିତ ଯଶିପୁର, ଠାକୁରମୁଣ୍ଡା, ଶୁକୃଳି, ରରୁଆଁ, କରଞ୍ଜିଆ ପ୍ରଭୃତି ଅଞ୍ଚଳ ରେ ପ୍ରବଳ ଥଣ୍ଡା ପଢିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ସନ୍ଧ୍ୟା ୭ ହେବାବେଳକୁ ଦୋକାନ ବଜାର ଜନ ମାନବ ଶୂନ୍ୟ ହୋଇଯାଉଛି । ଶିମିଳିପାଳ ଆଭ୍ୟନ୍ତରୀଣ ଉପର ବାରହାକାମୁଡା ଠାରେ ୩ ଡିଗ୍ରୀ ତଳକୁ କୁ ଖସିଯାଇଛି ତାପମାତ୍ରା। ଶୀତ ଦିନରେ ଶିମିଳିପାଳରୁ ବହୁଥିବା କଳିଆଣି ପବନ ଯୋଗୁ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି। ଏହା ପ୍ରଭାବରେ ଦୋକାନ ବଜାର ସକାଳ ୧୦ ଘଟିକା ପରେ ଖୋଲୁଥିବା ଏବଂ ସନ୍ଧ୍ୟା ୭ ଘଟିକା ପରେ ସମୟରେ ବନ୍ଦ ରହୁଛି। ଯାହା ଦ୍ବାରା ରାସ୍ତା ଘାଟ ଜନଶୂନ୍ୟ ରହୁଥିବା ପରିଲକ୍ଷିତ ହେଉଛି। ତେବେ ଶୀତବସ୍ତ୍ର ଦୋକାନ ଗୁଡିକରେ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଗାଁ ଗଣ୍ଡାରେ ଲୋକମାନେ ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ବସି ରହୁଥିବା ଦେଖାଯାଉଛି। ଯେଉଁଠି ସାଧାରଣ ଜନତା ମାନେ ଭୋରରୁ ଉଠି ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିଳେ ବର୍ତ୍ତମାନ ଥଣ୍ଡା ଯୋଗୁଁ ବିଳମ୍ବରେ ଶଯ୍ୟା ତ୍ୟାଗ କରୁଥିବାର ନଜରକୁ ଆସୁଛି। କିଏ କମ୍ବଳ, କନ୍ଥା ଘୋଳାର କାର୍ଯ୍ୟ କରୁଛି ଚ ଆଉ କିଏ କାଠ, କୁଟାରେ ନିଆଁ ଲଗାର ନିଆଁ ପୂଇଁଛି | ଥଣ୍ଡାର ପ୍ରକୋପ ଯୋଗୁଁ ବୟାସାଧକ ବୃଦ୍ଧ-ବୃଦ୍ଧା ମାନଙ୍କ ଅବସ୍ଥା ଅଧିକ ଜଟିଳ ହେବାକୁ ଲାଗୁଛି।


