ଶିରିଡି ସାଇ ମନ୍ଦିରରୁ ଚୋରି
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ସରସଦା ସ୍ଥିତ ଶିରିଡି ସାଇ ମନ୍ଦିରରୁ ଚୋରି ହୋଇଥିବା ଜଣାଯାଇଛି। ଗତ ରବିବାର ବିଳମ୍ବିତ ରାତିରେ ଚୋର ମାନେ ମନ୍ଦିର ହୁଣ୍ଡି ଭାଙ୍ଗି କିଛି ଟଙ୍କା ଓ ସୁନା ଲୁଟି ନେଇଛନ୍ତି। ଏହାଛଡା ଠାକୁରଙ୍କ କବାଟ ଭାଙ୍ଗି ଚୋର ମାନେ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଛନ୍ତି। ଆଜି ସକାଳୁ ଘଟଣା ଜଣାପଡିବା ପରେ ଥାନାକୁ ଖବର ଦିଆଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିଗତ ଏକ ସପ୍ତାହ ହେବ ଥାନା ଅଞ୍ଚଳରେ ଚୋରି ବଢ଼ୁଥିବାରୁ ପୁଲିସ ପେଟ୍ରୋଲିଂକୁ ଜୋରଦାର କରିବାକୁ ଦାବି ହୋଇଛି।


