ଶିରିଡ଼ି ସାଇ ବୁଲିବାକୁ ଯାଇ ବୃଦ୍ଧବ୍ୟକ୍ତିଙ୍କ ପତ୍ତା ମିଳୁନଥିବା ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ା ସହରର ଚାଟରାପାଟଣା ଗ୍ରାମର ଜନୈକ ବୃଦ୍ଧବ୍ୟକ୍ତି ଶିରିଡ଼ି ସାଇ ବୁଲିବାକୁ ଯାଇଥିବା ବେଳେ ତାଙ୍କର କୈାଣସି ପତ୍ତା ମିଳୁନଥିବା ଅଭିଯୋଗ ହୋଇଛି । ସେହି ବ୍ୟକ୍ତି ହେଉଛନ୍ତି ମଧୁସୂଦନ ରାଉତ(୬୦) । ଗତ ବୁଧବାର ସନ୍ଧ୍ୟାରେ ସେ ପରିବାର ସହ ମୋବାଇଲରେ କଥା ହୋଇଥିଲେ । ସେ ପରିବାର ଲୋକଙ୍କୁ କହିଥିଲେ ଯେ ଏକ ପଙ୍କୁଆ ଜାଗାରେ ସେ ଫସି ଯାଇଛନ୍ତି । ତାଙ୍କୁ ଉଦ୍ଧାର କରିବା ପାଇଁ ଆଖପାଖରେ କେହି ନାହାଁନ୍ତି । ଏହା ଜାଣିବା ପରେ ପରିବାର ଲୋକେ ବିବ୍ରତ ହୋଇ ପଡିଥିଲେ । ପରିବାର ଲୋକେ କହିଛନ୍ତି ଯେ ଗତ ୨୧ ତାରିଖରେ କେତେକ ସାଇ ଭକ୍ତଙ୍କ ସହ ମଧୁସୁଦନ ଶିରିଡି ଯାଇଥିଲେ । ଏହାପର ଠାରୁ ତାଙ୍କର ପରିବାର ଲୋକଙ୍କ ସହ କୈାଣସି ଯୋଗାଯୋଗ ହୋଇନଥିବା ସୂଚନା ମିଳିଛି । ଏକ ବ୍ୟବସାୟିକ ସଂସ୍ଥା ଲୋକମାନଙ୍କୁ ନେଇ ଶିରିଡି ବୁଲାଇବାକୁ ଯାଇଥିଲା । ତେଣୁ ଲୋକମାନେ କିପରି ସୁରକ୍ଷିତ ରହିବେ ସେ ଦାୟିତ୍ୱ ହେଉଛି ସଂପୃକ୍ତ ସଂସ୍ଥାର । ତେଣୁ ସଂପୃକ୍ତ ସଂସ୍ଥା କିପରି ଜାଣି ପାରିଲା ନାହିଁ ଯେ ମଧୁସୂଦନ ତାଙ୍କ ରୁମରୁ ବାହାରି କେଉଁଆଡେ ପଳାଇଲେ । ଏପର୍ଯ୍ୟନ୍ତ ସଂପୃକ୍ତ ସଂସ୍ଥା ମଧୁସୂଦନଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇନଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ସଂପୃକ୍ତ ବୃଦ୍ଧ ମଧୁସୁଦନଙ୍କୁ ଉଦ୍ଧାର କରିବା ପାଇଁ ପରିବାର ପକ୍ଷରୁ ଟାଉନ୍ ଥାନାରେ ଅଭିଯୋଗ କରାଯାଇଛି । ସେହିପରି ଏହି ଘଟଣା ପ୍ରଚାରିତ ହେବା ପରେ ରାଜ୍ୟ ଖଦୀ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା ମଧ୍ୟ ଆରକ୍ଷୀ ଅଧୀକ୍ଷକଙ୍କୁ ତୁରନ୍ତ ପଦକ୍ଷେପ ପାଇଁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ