ଶିଳପୁଆରେ ଛେଚି ଧର୍ମପତ୍ନୀଙ୍କୁ  ମାରିଦେଲା ସ୍ଵାମୀ

ବୁଗୁଡା,(ଅନିଲ କୁମାର ମହାରଣା) : ବୁଗୁଡା ଥାନା ଅନ୍ତର୍ଗତ ବୁଗୁଡା ସହରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବୈଦିକ ରୀତିରେ ବିବାହ କରିଥିବା ନିଜର ଧର୍ମପତ୍ନୀକୁ ଶିଳପୁଆରେ ଛେଚି ମାରି ଦେଇଛି ସ୍ୱାମୀ। ଅକ୍ଟୋବର ୧୯ ତାରିଖ ରାତିରେ ବୁଗୁଡା ସହର ର ଖଦାଳ ସାହିର କାଳିଆ ନାୟକ ନିଜର ପତ୍ନୀ ସୁଦେଷ୍ଣା ନାୟକଙ୍କ ମୁଣ୍ଡକୁ ଶିଳପୁଆରେ ଛେଚି ଦେବା ଯୋଗୁଁ ଆହତ ସୁଦେଷ୍ଣାଙ୍କୁ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମୁଣ୍ଡକୁ ଶିଳପୁଆରେ ଛେଚି ଦେଇଥିବା ଯୋଗୁଁ ପରିସ୍ଥିତି ଗୁରୁତ୍ତର ଥିବା ଯୋଗୁଁ ମେଡିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ବ୍ରହ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ୨୦ ତାରିଖ ଦିନ ସୁଦେଷ୍ଣାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ବୁଗୁଡା ପୋଲିସ ଥାନା କେଶ ନଂ ୩୦୨/୨୦ ପ୍ରକାରେ ଏକ ହତ୍ୟା ମାମଲା ରୁଜୁ ହୋଇ ମୃତ୍ୟୁ ବରଣ କରିଥିବା ମହିଳାଙ୍କ ସ୍ୱାମୀ କାଳିଆ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ