ଶିଳାବ୍ରହ୍ମ
ଶିଳାବ୍ରହ୍ମ ଆହେ ଶିଳାବ୍ରହ୍ମ !
ବ୍ରହ୍ମକ୍ଷେତ୍ରେ ତୁମ ଆହାର ବିହାର
କି ସୁନ୍ଦର ତୁମ ଦିବ୍ଯ ଧାମ (୦)
ଏହି ଲୀଳା କ୍ଷେତ୍ର ତୁମ ନାମେ ଖ୍ଯାତ
ତୁମ ଲୀଳାର ମାଧୁରୀ
ଯିଏ ଶୁଣିଅଛି ନେତ୍ରେ ନ ଦେଖିଛି
ମନେ ମନେ ହୁଏ ଘାରି
ଚର୍ମ ନେତ୍ରେ ଦେଖି ହୃଦେ ଜପି ଜପି
ଗାଉଥିବେ ତୁମ ନାମ
ଶିଳାବ୍ରହ୍ମ ଆହେ ଶିଳାବ୍ରହ୍ମ— (୧)
ତୁମ ପୂର୍ବ ଦିଗେ ଦାରୁବ୍ରହ୍ମ କ୍ଷେତ୍ର
ବାର ମାସେ ତେର ଯାତରା
ଆଦ୍ଯ ଯାତରାରେ ତିନ୍ତି ଥଣ୍ଡା ଜଳେ
ଦାରୁବ୍ରହ୍ମ ଦିଗହରା
ସେଥି ପାଇଁ ଅଣସର ଦରଶନେ
ପୂରିଉଠେ ତୁମ ଧାମ
ଶିଳାବ୍ରହ୍ମ ଆହେ ଶିଳାବ୍ରହ୍ମ——(୨)
ଛାଡି ଅନ୍ନ ଡାଲି ଖେଚୁଡି ମହୁର
ଖିରୀ ଖିଆ ଦିଅଁ ତମେ
ଛାତିର ଫୋଟକା ହାତର ଫୋଟକା
ଶିଶୁ ଭକ୍ତ ଭାବ ପ୍ରେମେ
ଛୋଟ ସେବକ ସେ କେମିତି ବାନ୍ଧିଲା
ହୃଦୟରେ ତୁମ ନାମ
ଶିଳାବ୍ରହ୍ମ ଆହେ ଶିଳାବ୍ରହ୍ମ——-(୩)
ରାଜ କିଶୋର ନାୟକ
ତଳବଙ୍ଗାଳ,କୁଶୁବେଣ୍ଟି
ବ୍ରହ୍ମଗିରି,ପୁରୀ ।