ଶିଳ୍ପପତି ମହିମା ମିଶ୍ର ଙ୍କୁ ଜାମିନ୍ ମିଳିଲା ପରେ ଶ୍ରମିକ ମାନଙ୍କ ମଧ୍ୟରେ ଖୁସିର ଲହରୀ

ଛତ୍ରପୁର: ବହୁ ଚର୍ଚ୍ଚିତ ପାରାଦୀପର ସିୱେଜ ସିଫିଂ କମ୍ପାନୀ ମହାପ୍ରବନ୍ଧକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କୁ ଗୁରୁବାର ମାନ୍ୟବର ହାଇକୋର୍ଟରୁ ଜାମିନ୍ ମିଳିଛି । ଏନେଇ ଗୋପାଳପୁର ବନ୍ଦର ଶ୍ରମିକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ଦୀର୍ଘଦିନ ପରେ ଗୋପାଳପୁର ବନ୍ଦର ଏମଡି ତଥା ଶିଳ୍ପପତି ମିଶ୍ର ଜାମନ୍ କୁ ଅପେକ୍ଷା କରିଥିଲେ କାର୍ଯ୍ୟରତ ଶ୍ରମିକ ମାନେ । ଏହାସହ ଗୋପାଳପୁର ବନ୍ଦର ଆଖପାଖ ଅଂଚଳ ବହୁ ଜନସାଧାରଣ ମଧ୍ୟ । ତେଣୁ ତାଙ୍କୁ ଆଜି ଜାମିନ୍ ମିଳିବା ପରେ ଶ୍ରମିକ ମାନେ ନିଜ ନିଜ ଭିତରେ ଖୁସି ଜାହିର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ