ଶିଳ୍ପମନ୍ତ୍ରୀଙ୍କ ଦ୍ୱାରା ଗଜପତି ଜିଲ୍ଲା ଶିଳ୍ପକେନ୍ଦ୍ରର କାର୍ଯ୍ୟକ୍ରମକୁ ସମୀକ୍ଷା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ଶିଳ୍ପ କେନ୍ଦ୍ର ଠାରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶିଳ୍ପ, ଶକ୍ତି ଏବଂ ଗୃହ ବିଭାଗ ମନ୍ତ୍ରୀ ତଥା କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ୱାରା ଜିଲ୍ଲା ଶିଳ୍ପ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା । ଉକ୍ତ ସମୀକ୍ଷା ସମୟରେ ମନ୍ତ୍ରୀଙ୍କ ସମେତ ରାଜ୍ୟ ଚଳଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ମୋହନ ଶବର ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ରର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ତରଫରୁ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାରେ କିପରି ଗଜପତି ଜିଲ୍ଲାର ଅଧିକରୁ ଅଧିକ ଉଦ୍ୟୋଗୀ ଉପକୃତ ହୋଇପାରିବେ ସେ ସମ୍ପର୍କରେ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିପରି ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ୫ଟିକୁ ଠିକ୍ ରୂପେ ପାଳନ କରିବାପାଇଁ ପରାମର୍ଶ ଦେଇଥିଲେ ।