ଶିଳ୍ପ ତାଲିମ୍ କେନ୍ଦ୍ରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-କ୍ଷତ୍ରିୟବରପୁର ପଂଚାୟତ କବିରାଜପୁର ସ୍ଥିତ ମାଆ ବୁଢାକେନ୍ଦୁ ତାଲିମ୍ ଶିବିର ପରିସରରେ କାର୍ଗିଲ୍ ବିଜୟ ଦିବସ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିକିଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ଅପନା ସେଠୀ ଯୋଗ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ସରପଞ୍ଚ ସୀମାଞ୍ଚଳ ବିଷୋୟୀ ଯୋଗ ଦେଇ ଚାରା ରୋପଣ କରିଥିଲେ I ଶିଳ୍ପ ତାଲିମ୍ କେନ୍ଦ୍ର ସଭାପତି ଦେବେଶ ଚନ୍ଦ୍ର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ସନ୍ତୋଷ ପାଢୀ, ସୁରେଶ ଗୌଡ଼,ସୁମନ୍ ନାୟକ, ଦିଗାମ୍ବର ରଥ, କର୍ମଚାରୀ ମଙ୍ଗୁଳୁ ସ୍ଵାଇଁ,ସୁଶାନ୍ତ ଗୌଡ଼, ବିଶ୍ଵନାଥ ସିଅ ପ୍ରମୁଖ ସହଯୋଗ କରିଥିଲେ I ଏକାଡେମୀକ୍ ଅଧିକାରୀ ରମେଶ୍ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ