ଶିଶୁକନ୍ୟାର ମୃତ ଶରୀର ଉଦ୍ଧାର
ଛତ୍ରପୁର (ପ୍ରଶାନ୍ତ ମହାରଣା) : ଛତ୍ରପୁର ଉପକଣ୍ଠ ବଡଶଙ୍ଖ ନିକଟ ଖାରିନାଳ ପାଶ୍ୱର୍ରେ ଥିବା ରେଳ ବ୍ରିଜ୍ ତଳେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ଅପରାହ୍ନରେ ଏକ ଦେଢ ବର୍ଷର ଶିଶୁ କନ୍ୟାର ମୃତ ଶରୀର ପଡି ରହିଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ତେବେ ଶିଶୁଟିର ଗଣ୍ଡି ରୁ ମୁଣ୍ଡ ଅଲଗା ହୋଇ ପ୍ରାୟ ୩୦ଫୁଟ ଦୂରରେ ମୁଣ୍ଡଟି ପଡିଥିଲା । ତେବେ ଶିଶୁ କନ୍ୟାକୁ କେହି ଦୁବୃର୍ତ୍ତ ମାରିଦେବା ପରେ ଶରୀରରୁ ମୁଣ୍ଡ ଅଲଗା କରି ରେଳ ବ୍ରିଜ ତଳକୁ ଫୋପାଡି ଦେଇଥିବା ଅନୁମାନ କରାଯାଇଛି । ଘଟଣା ସମ୍ପର୍କର ଖବର ପାଇ ଘଟଣାସ୍ଥଳକୁ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ଏହାର ସୂଚନା ପାଇ ପରେ ଗଞ୍ଜାମ ଥାନା ଅଧିକାରୀ ଦିଲ୍ଲୀପ ସାହୁ ଘଟଣାସ୍ଥଳରେ ପହଞ୍ଚି ମଧ୍ୟ ତଦନ୍ତ ଆରମ୍ଭ କରିଥିଲେ । ତେବେ ଏହା ଜିଆରପି ଥାନା ଅଧିନସ୍ଥ ହୋଇଥିବାବେଳେ ରେଳବାଇ ପୋଲିସ ମୃତ ଶରରୀକୁ ଉଦ୍ଧାର କରି ଏହାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ଶିଶୁଟିର ପରିଚୟ ମିଳିପାରିନାହିଁ ।