ଶିଶୁକନ୍ୟା ଖୋଜୁଛି ବାପର ପରିଚୟ

କଳାହାଣ୍ଡି:ପ୍ରଥମେ ପ୍ରେମ ନିବେଦନ ପରେ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ,ପରେ ଅବିବାହିତା ଗର୍ଭବତୀ ହୋଇ ଏକ ଶିଶୁ କନ୍ୟା କୁ ଜନ୍ମ ଦେଇଥିବା ବେଳେ ଲମ୍ପଟ ପ୍ରେମିକ ନିଜ ଶିଶୁ କନ୍ୟା କୁ ବାପା ର ପରିଚୟ ଦେବାକୁ ମନା କରୁଥିବା ବେଳେ ଅବିବାହିତା ମା ଏବେ ନିଜ ଜନ୍ମିତ ଶିଶୁ ର ବାପା ଙ୍କ ପରିଚୟ ମାଗିବାକୁ ଆଇନ ର ଦ୍ୱାରସ୍ଥ ହୋଇଛି,କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳରେ ଏକ ଗରୀବ ନିରୀହ ଆଦିବାସୀ ଯୁବତୀ ସାତ ଦିନ ହେବ ଶିଶୁକନ୍ୟା ଟିଏ ଜନ୍ମ ଦେଇଛନ୍ତି ହେଲେ ଶିଶୁଟିର ବାପର ପରିଚୟ ମିଳିପାରିନାହିଁ । ଏପରି ପରିସ୍ଥିରେ ଯୁବତୀ ଙ୍କ ଦୁଃଖକୁ ଦ୍ୱିଗୁଣିତ କରିଦେଇଛି କିଏ ବା ସାହାରା ଦେବ , ନିଜର ତୋ କେହି ନାହାଁନ୍ତି ପରିବାର କହିଲେ ସେ ନିଜେ ଓ ରୋଗୀ ବାପାଟିଏ । ଥୁଆମୂଳ ରାମପୁର ଯାକେଶପଦର ରାବିତ ନାଏକ ଗତ ତିନି ବର୍ଷ ହେଲା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ଯୁବତୀ ଜଣକ ଗର୍ଭବତୀ ହେଲା ପରେ ତାଙ୍କୁ ତିରସ୍କାର କରିବା ସହ ରାବିତ ନାଏକ , ଯୁବତୀଙ୍କ କୌଣସି ସମ୍ପର୍କ କିମ୍ବା ଯୋଗାଯୋଗ ରଖିନଥିଲେ । ବର୍ତ୍ତମାନ ଯୁବତୀ ଜଣକ ନିଜର ଅଧିକାର ମାଗିବାରୁ ସେ ମାନସିକ ଚାପ ପ୍ରୟୋଗ କରି ଧମକ ଦେବାସହ କାହାକୁ କିଛି କହିଲେ ଜୀବନରେ ମାରିଦେବାର କଥା କହୁଥିଲେ। ବର୍ତ୍ତମାନ ଶିଶୁକନ୍ୟା ଜନ୍ମ ହୋଇ ସାତ ଦିନ ବିତିଯାଇଥିଲେ ମଧ୍ୟ ବେସାହାରା ଅବିବାହିତା ମା ତାର ନବଜାତ ଶିଶୁ କୁ ଧରି ବାପା ର ପରିଚୟ ମାଗିବାକୁ ଥାନାର ଦ୍ୱାରସ୍ଥ ତେଣୁ ଜିଲ୍ଲା ଶିଶୁକଲ୍ୟାଣ ଅଧିକାରୀ ଦୃଷ୍ଟି ଦେଇ ଯୁବତୀଙ୍କୁ ନ୍ୟାୟ ଦେବା ସହ ଦୋଷୀଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣ ରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ