ଶିଶୁଙ୍କୁ ଉଦ୍ଧାର କରି ଆଶ୍ରୟ ଦେଲେ ଗଜପତି ପ୍ରଶାସନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଥିଲା ଯେ ପାରଳାଖେମୁଣ୍ଡି ସହରକୁ କିପରି ଶିଶୁ ଶ୍ରମିକ ଏବଂ ଶିଶୁ ଭିକ୍ଷୁକ ମୁକ୍ତ କରାଯିବ, ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବେ । ତାକୁ ଆଖ୍ ଆଗରେ ରଖି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନେତୃତ୍ବରେ ଏକ ଦଳଗତ କିଛି ଦିନ ହେଲା ସହରର ପ୍ରତି କୋଣ ଏବଂ ଅନୁକୋଣରେ ବୁଲିବା ସହ କିପରି କୌଣସି ଶିଶୁଙ୍କୁ ଉପରୋକ୍ତ କାଯ୍ୟରେ ନ ଲଗାଯିବ, ସେଥୂପ୍ରତି ଧ୍ୟାନ ଦିଆଯାଉଛି । ଆଜି ଏହି ଦଳ ଆଗରେ, କଲେଜ ଛକରେ ୩ ଜଣ ଶିଶୁ ଜରି ଏବଂ ବୋତଲ ଗୋଟାଇବା ନଜରକୁ ଆସିଥିଲା । ଏହି ପିଲାମାନେ ତାଙ୍କ ମାଆଙ୍କ ସହ ଏହି କାର୍ଯ୍ୟରେ ନିଯୋଜିତ ଥିଲେ । ପିଲାମାନଙ୍କ ବୟସ ୧୪, ୧୦, ୮ ବର୍ଷ ଥିଲାବେଳେ ଏମାନଙ୍କ ମଧ୍ୟରୁ ଦୁଇଜଣ ଝିଅ ଏବଂ ଜଣେ ପୁଅ ଥିଲେ । ଏହି ଦଳ, ସେହି ଜାଗରୁ ପିଲାମାନଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତ୍ତି ଗଜପତି ଆଗରେ ଉପସ୍ଥାପନ କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ପିଲାମାନଙ୍କର ମାଆ ଏବଂ ବାପା ଶିଶୁ ମଙ୍ଗଳ ଆଗରେ ପହଞ୍ଚି ଥିଲେ । ମାଆ ଏବଂ ବାପା ଲିଖୂତ ଆକାରରେ ଶିଶୁ ମଙ୍ଗଳ ସମିତିକୁ ଜଣାଇଥିଲେ ଯେ ଏହିପରି କାର୍ଯ୍ୟରେ ଆଗକୁ ସେମାନେ ଶିଶୁମାନଙ୍କୁ ନିୟୋଜିତ କରିବେ ନାହିଁ । ତାପରେ ଯାଇ ଶିଶୁ ମଙ୍ଗଳ ସମିତି ଶିଶୁମାନଙ୍କୁ ବାପା ଏବଂ ମାଆଙ୍କ ପାଖକୁ ହସ୍ତାନ୍ତର କରିଥିଲେ । ଶିଶୁମାନଙ୍କୁ ପରାମର୍ଶ ଦେଲା ପରେ ଜଣା ପଡ଼ିଲା ଯେ ପିଲାମାନେ ପାଠ ପଢ଼ିବା ପାଇଁ ଆଗ୍ରହ ଅଛନ୍ତି । ମାଆ ଏବଂ ବାପା ମଧ୍ୟ ଏଥୂପ୍ରତି ଆଗ୍ରହ ଅଛନ୍ତି । ଆଗାମୀ ଦିନରେ ପିଲାମାନଙ୍କୁ ପାଠ ପଢ଼ାଇ ସମାଜର ମୁଖ୍ୟ ସ୍ରୋତରେ କିପରି ସାମିଲ କରାଯିବ ତାହା ଜିଲ୍ଲା ପ୍ରଶାସନର ଦାୟିତ୍ଵ ରହିଲା ।


