ଶିଶୁଙ୍କୁ ଟିକା ପ୍ରସ୍ତାବ ଉପରେ ମଞ୍ଜୁରୀ ଦେଲେ ସରକାର

ନୂଆଦିଲ୍ଲୀ : ୧୨ ବର୍ଷରୁ ଉର୍ଦ୍ଧ୍ୱ ଶିଶୁଙ୍କୁ ପ୍ରଥମ କୋଭିଡ଼ ଟିକା ପ୍ରଦାନ ପାଇଁ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିଛି । ଭାରତୀୟ ଡ୍ରଗ୍‌ସ ନିୟାମକ ପକ୍ଷରୁ ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ଏହା ଜାଇଡସ୍‌କାଡିଲାର ତିନି ଡୋଜ କୋଭିଡ଼-୧୯ ଡିଏନ୍‌ଏ ଟିକା ଶିଶୁମାନଙ୍କୁ ଜରୁରୀ ଅବସ୍ଥାରେ ପ୍ରୟୋଗ କରାଯାଇପାରିବ ବୋଲି କୁହାଯାଇଛି । ୧୨ ବର୍ଷରୁ ଉର୍ଦ୍ଧ୍ୱ ଶିଶୁମାନଙ୍କୁ କେବଳ ଏହି ଜାଇଡସକାଡିଲାର ତିନୋଟି ଡୋଜ୍‌ ପ୍ରଦାନ କରାଯିବ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହା ୧୦୦ ମିଲିୟନରୁ ୧୨୦ ମିଲିୟନ ଡୋଜ୍‌ ଜାଇଡସ୍‌କାଡିଲା ଡୋଜ୍‌ ଟିକା ବାର୍ଷିକ ଉତ୍ପାଦନ କରିବା ପାଇଁ ସ୍ଥିର କରାଯାଇଛି । କାଡିଲା ହେଲ୍‌ଥ କେୟାର ଲିମିଟେଡ ଟିକା ଉତ୍ପାଦନ ନିମନ୍ତେ କ୍ଷମତାପନ୍ନ ପାଇଁ ଜୁଲାଇ ୧ରେ ଆବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ