ଶିଶୁଙ୍କ ଯତ୍ନ ଓ ସୁରକ୍ଷା ଭିତ୍ତିକ କାର୍ଯ୍ୟକ୍ରମ
ବ୍ରହ୍ମଗିରି (ଯୁଗାବ୍ଦନ୍ୟୁଜ): ଫାନି ବାତ୍ୟା ପରେ ଶିଶୁଙ୍କ ମାନସିକ ସ୍ତରରେ ଯତ୍ନ ଓ ସୁରକ୍ଷା ଯୋଗାଇ ଦେବା ପାଇଁ ବ୍ରହ୍ମଗିରି ବ୍ଲକ୍ ମୋଟ୍ଠାରେ ଥିବା ବିଜୁ ପଟ୍ଟନାୟକ ପଲିଟେକ୍ନିକ୍ କଲେଜରେ ଆରମ୍ଭ ହୋଇଥିବା ସ୍ନେହ ସଂପର୍କ ଅଭିଯାନ ସୋମବାର ତୃତୀୟ ଦିନରେ ପହଞ୍ଚିଛି । ଭାରତ ଜ୍ଞାନ ବିଜ୍ଞାନ ଓ ୟୁନିସେଫ୍ର ସହାୟତାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାୟ ୬ଶହରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇ ବାତ୍ୟା ସମୟରେ ସେମାନଙ୍କ ମନରେ ଥିବା ଭୟ ତଥା ମାନସିକ ଚାପରୁ ମୁକୁଳିବା ପାଇଁ ଚିତ୍ରାଙ୍କନ, ନୃତ୍ୟଗୀତ ସହିତ ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇଥିଲା । କାର୍ଯ୍ୟକ୍ରମରେ ୟିୁନିସେଫ୍ର ଓଡ଼ିଶା ମୁଖ୍ୟ ଡ.ମୋନିକା ନେଲସନ୍, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ବେହେରା, ଓପେପାର ଡେପୁଟି ଡାଇରେକ୍ଟର ସୂର୍ଯ୍ୟନାରାୟଣ ମିଶ୍ର, ଶିଶୁ ସାହିତ୍ୟିକ ଦାସ ବେନହୁର, ଲଳିତ ପଟ୍ଟନାୟକ, ବ୍ରହ୍ମଗିରି ବିଡିଓ ଭାସ୍କର ରଇତ, ମୋଟ ସରପଞ୍ଚ ତ୍ରିଲୋଚନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ସମାଜସେବୀ ଭାସ୍କର ପୂୂଜାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।