ଶିଶୁପାଳଗଡ଼ ହେବ ଆଦର୍ଶ ପଂଚାୟତ, ସଂକଳ୍ପ ନେଇ ପ୍ରାର୍ଥିତ୍ୱ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜଧାନୀ ଉପକଣ୍ଠରେ ସରପଂଚ ପ୍ରାର୍ଥି ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତ ଶିଶୁପାଳଗଡ଼ ଯୁବନେତା ସୁଶାନ୍ତ କୁମାର ଚମ୍ପତି । ପଂଚାୟତର ନିର୍ବାଚନ ଅଧିକାରୀଙ୍କ ନିକଟରେ ଶ୍ରୀଚମ୍ପତି ତାଙ୍କ ସମର୍ଥକ ବରିଷ୍ଠ ନେତା ମାନଙ୍କ ସହିତ ପ୍ରାଥିପତ୍ର ଦାଖଲ କରିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚମ୍ପତି ତାଙ୍କ ପଂଚାୟତକୁ ରାଜ୍ୟର ଏକ ଆଦର୍ଶ ପଂଚାୟତ କରିବେ ବୋଲି କହିଛନ୍ତି । ଗତଥର ତାଙ୍କ ପତ୍ନୀ ଇତିଶ୍ରୀ ଚମ୍ପତି ସରପଂଚ ଥିବା ବେଳେ ପଂଚାୟତରେ ରାସ୍ତା, ଡ୍ରେନ୍‌, ପିଇବା ପାଣି ବିଦ୍ୟୁତ୍ ଲାଇଟ୍ ସମସ୍ୟା ସମାଧାନ ଅନେକ ସ୍ଥାନରେ ମଣ୍ଡପ ତିଆରି ହୋଇଛି । ଏଥି ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ହୋଇଥିବା ବେଳେ ଏଥର ଶ୍ରୀଚମ୍ପତି ନିର୍ବାଚନ ଜିତିଲେ ପୂର୍ବ ପରି ଦୂର୍ନିତୀମୁକ୍ତ ପଂଚାୟତ କରିବା ସହ ଏକ ଆଦର୍ଶ ପଂଚାୟତ କରିବାକୁ ଘୋଷଣା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ