ଶିଶୁବଳୀ ଅପରାଧରେ ଦଣ୍ଡିତ ଅଭିଯୁକ୍ତଙ୍କ ପାରୋଲ ପ୍ରଦାନକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅଞ୍ଚଳର ବହୁ ଚର୍ଚ୍ଚିତ ଶିଶୁ ବଳୀ ଘଟଣାରେ କେନ୍ଦ୍ରାପଡାର ତତ୍କାଳୀନ ଜିଲ୍ଲା ଦୈାରାଜଜଙ୍କ ଦ୍ୱାରା ଦଣ୍ଡିତ ହୋଇ ଜେଲରେ ଥିବା ଅଭିଯୁକ୍ତ ଦ୍ୱୟଙ୍କ ପାରୋଲ ଆବେଦନକୁ ବିରୋଧ କରି ସଂପୃକ୍ତ ଗ୍ରାମର ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ ମାର୍ଶାଘାଇ ଥାନା ଅନ୍ତର୍ଗତ ଗୋଖାପଡା ଗ୍ରାମର ପ୍ରତାପ ନାୟକଙ୍କ ଶିଶୁପୁତ୍ରକୁ ସେହି ଗ୍ରାମର ଚୈାଧୁରୀ ଅବିନାଶ ଦାସ ଓରଫ ମୁନା ଏବଂ ବୈରାଗୀ ଓରଫ ବୈକୁଣ୍ଠ ଦାସ ବଳୀ ଦେଇଥିବାରୁ ସେହି ମାମଲାର ଏସ.ଟି. କେଶ ନମ୍ବର ୨୮୨/ ୨୦୧୫ରେ ବିଚାର କରି କେନ୍ଦ୍ରାପଡାର ତତ୍କାଳୀନ ଜିଲ୍ଲା ଦୈାରାଜଜ ବାସୁଦେବ ପଣ୍ଡା ଉଭୟ ଅଭିଯୁକ୍ତଙ୍କୁ ୨୦୨୦ମସିହା ନଭେମ୍ବର ମାସ ୧୨ତାରିଖରେ ଆଇ.ପି.ସି.ର ଧାରା ୩୦୨ ଓ ୩୪ରେ ଆଜୀବନ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜୋରିମାନା ଏବଂ ଏଥିସହିତ ଆଇ.ପି.ସି.ର ଧାରା ୨୦୧ ଓ ୩୪ରେ ପ୍ରତ୍ୟେକଙ୍କୁ ୫ବର୍ଷ କାରାଦଣ୍ଡ ସହିତ ୧୦ହଜାର ଟଙ୍କା ଲେଖାଁଏ ଜୋରିମାନାରେ ଦଣ୍ଡିତ କରିଥିଲେ । ଉଭୟ ଅଭିଯୁକ୍ତ ଜେଲରେ ଥିବା ବେଳେ ଏବେ ସେମାନେ ପାରୋଲରେ ଆସିବା ପାଇଁ ଆବେଦନ କରିଛନ୍ତି । ସେମାନେ ପାରୋଲରେ ଆସିଲେ ବଳୀ ଦେଇଥିବା ଶିଶୁପୁତ୍ରର ପରିବାରକୁ ଜୀବନରେ ମାରିଦେବା ସହ ଗ୍ରାମରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଗୋଖାପଡା ଗ୍ରାମର ଗ୍ରାମବାସୀଙ୍କ ପକ୍ଷରୁ ପ୍ରତାପ କୁମାର ନାୟକ, ପ୍ରତାପ ଚନ୍ଦ୍ର ନାୟକ ପ୍ରମୁଖ ଗ୍ରାମବାସୀମାନେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏସମ୍ପର୍କରେ ମାର୍ଶାଘାଇ ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କୁ ଯୋଗାଯୋଗ କରାଯିବାରେ ସେ କୁହନ୍ତି ଯେ ଏହି ଘଟଣାରେ ଜେଲରେ ଥିବା ଅଭିଯୁକ୍ତ ଦ୍ୱୟଙ୍କ ପାରୋଲ ଆବେଦନକୁ ନାକଚ କରାଯିବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ