ଶିଶୁବାଟିକା ତାଲିମ ଶିବିର ଅନୁଷ୍ଠିତ
ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର): ଚିକିଟି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଶିଶୁ ବାଟିକା ତାଲିମ ଶିବିର ଅନୁଷ୍ଠିତ ହୋଇ ଥିଲା। ପାଞ୍ଚଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ରେ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ମୋଟ ୮୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଦକ୍ଷତା ବୃଦ୍ଧି ପାଇଁ ତାଲିମ ପ୍ରଦାନ କରାଯାଇ ଥିଲା।ରାଜକବି ରାଧାମୋହନ ବିଦ୍ୟାପୀଠରେ ଶିଶୁବାଟିକା ତାଲିମ୍ “ପ୍ରସ୍ତୁତି ” ମଡ୍ୟୁଲ ଉଦଯାପିତ ହୋଇଯାଇଛି I ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଆରସିସି ନିଗମାନନ୍ଦ ପଣ୍ଡା ଓ ସିଆରସି ସି ଅମର ସାହୁ ଶିବିର ପରିଚାଳନା ଦାୟିତ୍ୱରେ ଥିଲେ I ଜିଲ୍ଲା ସ୍ତରରୁ ମୋଟ ୮ ଜଣ ଦକ୍ଷ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ପାଇ ବ୍ଲକ ସ୍ତରରେ ତାଲିମ୍ ଦେଇଥିଲେ I ତାଲିମ୍ କେନ୍ଦ୍ରକୁ ବିଭିନ୍ନ ସମୟରେ ଏବିଇଓ ସିମାଞ୍ଚଳ ପଣ୍ଡା ଓ ତ୍ରିନାଥ ମଲ୍ଲିକ ପରିଦର୍ଶନ କରିଥିଲେ I