ଶିଶୁର ଅଧିକାର ଓ ଯୌନ ଶୋଷଣ ମୁକ୍ତ କର୍ମଶାଳା
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ଠାରେ ଗଞ୍ଜାମ ଏସପିଙ୍କ କକ୍ଷ ରେ ଶିଶୁର ଅଧିକାର ଓ ଯୌନ ଶୋଷଣ ମୁକ୍ତ କର୍ମଶାଳା ଅନୁଷ୍ଟିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରଜେଶ କୁମାର ରଏ ଙ୍କ ଦିଗ୍ ଦର୍ଶନ ରେ ଆୟୋଜିତ ଦକ୍ଷତା ବୃଦ୍ଧି କର୍ମଶାଳା କୁ ଭୁବନେଶ୍ୱର ସ୍ଥିତ ଭାଇ ଅନୁଷ୍ଠାନ ର କାର୍ଯ୍ୟକର୍ତ୍ତା ପରିଚାଳନା କରିଥିଲେ । ଅନ୍ୟତମ ଅତିଥଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର, ବିଜୟ କୁମାର ମଲ୍ଲି କ ଓ ପ୍ରଦୀପ କୁମାର ଦଳେଇ ଙ୍କ ସମେତ ବହୁ ପୋଲିସ୍ ଅଧିକାରୀ ଓ ଶିଶୁ ଡେସ୍କ ରେ କାର୍ଯ୍ୟରତ କର୍ମଚାରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ତାଲିମ ଦାତା ରୂପେ ଆଇନଜୀବୀ ପି. କେ. ରେଡ୍ଡୀଏବଂ ଜେ. ଜେ. ବୋର୍ଡ ସଭ୍ୟ ଅମିୟ କୁମାର ତ୍ରିପାଠୀ ଯୋଗଦେଇଥିଲେ । କାର୍ଯକ୍ରମ ସଂଯୋଜନା କରିଥିଲେ ସାମାଜିକ କର୍ମୀ ଅରୁଣ ଶତପଥୀ ଏବଂ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଭାଇ ଅନୁଷ୍ଠାନର ଦେବାନନ୍ଦ ମହନ୍ତଆଲୋକପାତ କରିଥିଲେ । ଏ.ଏସ.ପି. ପ୍ରଦୀପ କୁମାର ଦଳେଇ ଧନ୍ୟବାଦ୍ ଅର୍ପଣ କରିଥିଲେ ।