ଶିଶୁର ମନସ୍ତତ୍ତ୍ୱ କୁ ନେଇ ତାର ମୂଲ୍ୟବାନ ଜୀବନକୁ ସମାଜର ସବୁବର୍ଗର ଲୋକେ ସହଯୋଗ କରିବାକୁ ପଡ଼ିବ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା):ଶିଶୁର ମନସ୍ତତ୍ତ୍ୱ କୁ ନେଇ ତାର ମୂଲ୍ୟବାନ ଜୀବନକୁ ସମାଜର ସବୁବର୍ଗର ଲୋକେ ସହଯୋଗ କରିବାକୁ ପଡ଼ିବ। ପ୍ରଗତି ମହିଳା ସଂଗଠନ, ପାରଳାଖେମୁଣ୍ଡି ଏବଂ utec.computer Education Centre ପାରଳାଖେମୁଣ୍ଡି ମିଳିତ ସହଯୋଗରେ ସ୍ଥାନୀୟ u tec. auditorium ଠାରେ ଶିଶୁ ଦିବସ ପାଳନ ହୋଇସାରିଛି। ମୁଖ୍ୟ ଅତିଥି ପଣ୍ଡିତ ନରସିଂହ ଗୌଡ,ମୁଖ୍ୟ ବକ୍ତା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା,ସମ୍ମାନିତ ଅତିଥି ଲୋକନାଥ ମିଶ୍ର, ଭାବେ ଯୋଗଦାନ କରିଥିବାବେଳେ କଳ୍ପନା ପଟନାୟକ ସଭାପତିତ୍ବରେ ସଂପାଦିକା ତନୁଜା ଶତପଥି ସ୍ଵାଗତ ସମ୍ଭାଷଣ ଦେଇଥିଲେ। ପ୍ରାଥମିକ ସ୍ତର ଠାରୁ ମହାବିଦ୍ୟାଳୟ ଯାଏ ହସ୍ତକଳା,ତର୍କ, ଚିତ୍ରକଳା,ନୃତ୍ୟ, ସଙ୍ଗୀତ ପରିବେଷଣ କରିଥିଲେ। ସମସ୍ତ ବିଜୟୀ ମାନେ ପ୍ରମାଣ ପତ୍ର ଏବଂ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ତ୍ରିପତି ପଣ୍ଡା,ପ୍ରମୋଦ ପାଢ଼ୀ ମାନସୀ ପଣ୍ଡା, ପ୍ରଫୁଲ୍ଲ ବେବର୍ତ୍ତା,ଶ୍ରୀନିବାସ ଗୟା, ମାମୀ,ଶରତ ପ୍ରଧାନ,ପରିଚାଳନା କରିଥିବାବେଳେ ସବିତା ପଣ୍ଡିତ ପରିଚୟ ପ୍ରଦାନ କରିଥିବାବେଳେ ଭାଗବତ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ