ଶିଶୁର ହୃତପିଣ୍ଡରେ ହୋଇଥିବା ଛିଦ୍ରର ଚିକିତ୍ସା ପାଇଁ ସାହାଯ୍ୟ କଲେ ସୋନୁ ସୁଦ
ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଜାରି ହୋଇଥିବା ଲକଡାଉନ କାରଣରୁ ଅନେକ ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ଏସବୁ ଭିତରେ ଅଭିନେତା ସୋନୁ ସୁଦ ଅସହାୟ ଲୋକଙ୍କ ପାଖରେ ଦେବଦୂତ ସାଜି ପହଞ୍ଚିଥିଲେ । ତେବେ ସୋନୁଙ୍କ ସାହାଯ୍ୟ ଦେଖି କେହିକେହି ନିଜର ରେସ୍ତୋରାଁର ନାମ ଅଭିନେତାଙ୍କ ନାମ ରଖିଥିବା ବେଳେ ଆଉ କିଏ ନିଜେ ସନ୍ତାନ ନାମ ସୋନୁ ସୁଦ ହିଁ ରଖି ଦେଇଛନ୍ତି। ସେ ଅନେକ ଭଙ୍ଗା ଘରକୁ ଯୋଡ଼ିଛନ୍ତି। ଲୋକମାନଙ୍କୁ ନିଜ ଘରେ ପହଞ୍ଚାଇଛନ୍ତି। ଏହାରି ଭିତରେ ଏକ ଟୁଇଟ ସାମ୍ନକୁ ଆସିଛି । ସୋନୁ ନିକଟରେ ଜଣେ ଶିଶୁକୁ ସାହାଯ୍ୟ କରିଛନ୍ତି। ଯାହାକୁ ନେଇ ସେ ପୁଣିଥିରେ ଚର୍ଚ୍ଚାରେ ରହିଛନ୍ତି। ଜଣେ ଶିଶୁର ହୃଦୟରେ ଏକ ଛିଦ୍ର ଥିଲା । ଶିଶୁର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା। ଏକଥା ଜାଣିବା ପରେ ସୋନୁ ସୁଦ ଶିଶୁର ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ।


