ଶିଶୁ ଶ୍ରମିକ ଉଛେଦ ନେଇ ସଚେତନତା କର୍ମଶାଳା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଂଜାମ ଜିଲ୍ଲା ଚାଇଲ୍ଡ ଲାଇନ ଆନୁକୂଲ୍ୟରେ ରବିବାର ହିଞ୍ଜିଳିକାଟୁ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଶିଶୁ ଶ୍ରମିକ ଉଛେଦ ନେଇ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଚାଇଲ୍ଡ ଲାଇନର ନିର୍ଦ୍ଦେଶକ ସୁଦିପ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ରନାଥ ପ୍ରଧାନ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ ।  ସମ୍ମାନିତ ଅତିଥି ଭାବେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପିନାଥ କୁଅଁର, ଜିଲ୍ଲା ଶ୍ରମାଧିକାରୀ ଶିବନାରାୟଣ ସାହୁ, ସିଡ଼ିପିଓ ଶୁଭଶ୍ରୀ ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଏଲପିଓ ସୁଦାମ ପାଣିଗ୍ରାହୀ ପ୍ରମୁଖ ମଂଚାସୀନ ଥିଲେ ।  ଶିଶୁ ଶ୍ରମିକ ମାନଙ୍କୁ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ନକରିବା ପାଇଁ ଏବଂ ରାଜ୍ୟରେ ଦିନକୁ ଦିନ ଶିଶୁ ଶ୍ରମିକ ମାନଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏହାକୁ ରୋକିବା ଏବଂ ଶିକ୍ଷ।।ଦାନ ପାଇଁ ସୁଯୋଗ ପ୍ରଦାନ କରିବା ସକାଶେ ମଂଚାସିନ ଅତିଥି ମାନେ କହିଥିଲେ । ଅନୁଷ୍ଠାନ ପକ୍ଷରୁ ଶିଶୁ ଶ୍ରମିକ ଉଛେଦ ନେଇ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ କେନ୍ଦ୍ର ସଂଯୋଜକ ସାଇ ପ୍ରସାଦ ସାମଲ ପରିଚାଳନା କରିଥିବା ବେଳେ ଟିମ୍ ସଦସ୍ୟ ପ୍ରଣତି କୌର, ରଞ୍ଜିତ ବେହେରା, ସୌରଭ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବହୁ ଅଙ୍ଗନୱାଡ଼ି କର୍ମୀ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷାର୍ଥୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ